ନିର୍ବାଚନ ପୂର୍ବରୁ ଗ୍ୟାରେଣ୍ଟି କାର୍ଡ଼ ଖୋଲିରେ ଆପ କର୍ମକର୍ତ୍ତା

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନରେ ଆମ ଆଦମି ପାର୍ଟି (ଆପ) ପ୍ରାର୍ଥୀ ନିର୍ବାଚିତ ହେଲେ ବାଲେଶ୍ୱରକୁ ଦିଲୀ ଏବଂ ପଞ୍ଜାବ ଭଳି ଏକ ମଡେଲ ସହରରେ ପରିଣତ କରିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିରେ ଆମ ଆଦ୍‌ମୀ ପାର୍ଟିର ଜିଲା ସଭାପତି ସ୍ୱର୍ଣ୍ଣ ଭାରତ ମଲ୍ଲିକଙ୍କ ସମେତ ପାର୍ଟିର ଅନ୍ୟ ସଦସ୍ୟ/ସଦସ୍ୟାମାନେ ଯୋଗଦେଇ ଏହି ଗ୍ୟାରେଣ୍ଟି କାର୍ଡର ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରକୁ ଦିଲ୍ଲୀର ମହଲ୍ଲା କ୍ଲିନିକ ଢାଞ୍ଚାରେ ପ୍ରତି ୱାର୍ଡରେ ‘ୱାର୍ଡ କ୍ଲିନିକ୍‌’ର ବ୍ୟବସ୍ଥା କରାଯିବା, ପରିମଳ ସେବା ପାଇଁ ସରକାର ନେଉଥିବା ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରାଯିବା, ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କରାଯିବା, ପୌରପାଳିକାର ନିଜସ୍ୱ ଆମ୍ବୁଲାନ୍ସ ସେବା କାରାଯିବା, ପୌରପାଳିକାରୁ ପ୍ରାପ୍ତ ସମସ୍ତ ପ୍ରମାଣପତ୍ର ଘରେ ବସି ପାଇପାରିବାର ବ୍ୟବସ୍ଥା କରିବା, ଜନସଭା ଦ୍ୱାରା ୱାର୍ଡ଼ର ବିକାଶମୂଳକ କାର୍ଯ୍ୟର ବ୍ୟୟ ନିର୍ଦ୍ଧାରିତ ହେବା, ପ୍ରତ୍ୟେକ ୩ ମାସରେ ପୌରବାସୀଙ୍କୁ ଆୟ-ବ୍ୟୟର ବିବରଣୀ ଦିଆଯିବା, ପ୍ରତ୍ୟେକ ୱାର୍ଡରେ ପାନୀୟଜଳ ପଏଣ୍ଟର ବ୍ୟବସ୍ଥା କରାଯିବା, ସହରର ସମସ୍ତ ପୋଖରୀ ଓ ଖେଳପଡିଆର ପୁନରୁଦ୍ଧାର କରାଯିବା ସହିତ ସୌନ୍ଦର୍ଯ୍ୟିକରଣ କରିବା, ଯୁବଗୋଷ୍ଠୀ ପାଇଁ ୬ ମାସ ଅନ୍ତରାଳରେ ନିଯୁକ୍ତି ଭିତ୍ତିକ କର୍ମଶାଳା କରିବା, ଅତ୍ୟାଧୁନିକ ସାଂସ୍କୃତିକ ସମ୍ମିଳନୀ କକ୍ଷ ନିର୍ମାଣ କରିବା, ମ୍ୟୁନିସିପାଲିଟିର ପରିସର ଭିତରେ ସହରବାସୀଙ୍କ ଗମନାଗମନ ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ଆଦି କରାଯିବା ନେଇ ଏକ ଗ୍ୟାରେଣ୍ଟି କାଡ଼ ପାର୍ଟିର ସଦସ୍ୟମାନେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୯ନଂ ୱାର୍ଡର ଆପ କାଉନସିଲର ପ୍ରାର୍ଥୀ କାହ୍ନୁଚରଣ ଲେଙ୍କା, ୨୭ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ସଫିଉଲ୍ଲା, ଚେୟାରମ୍ୟାନ୍ ପ୍ରାର୍ଥିନୀ ସବିତା ରାଣୀ ଦାସ, ମହେଶ ଖଣ୍ଡେଲୱାଲ, ନିକୁଞ୍ଜ ବିହାରୀ ମହାନ୍ତି, ସ୍ୱର୍ଣ୍ଣପ୍ରଭା ମହାନ୍ତି, ବାସନ୍ତୀ ଲତା ରାଉତ, ସ୍ନେହାଞ୍ଜଳୀ ସୁବୁଧି, ସୁଜୟ ଆଚାର୍ଯ୍ୟ, ମଧୁସୂଦନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ