ପୋଲିସ ପ୍ରଶାସନ ପକ୍ଷରୁ ପୋୖରାଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଫ୍ଲାଗମାର୍ଚ୍ଚ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ):  ଚଳିତ ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ।  । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ହିଞ୍ଜିଳିକାଟୁ ପୌର ପରିଷଦ  ସକାଶେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।ଚଳିତ ପୌର ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ନିର୍ବାଚନ ପ୍ରକ୍ରିୟାକୁ ଅପରାଧମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ମତଦାନ ସକାଶେ ସମସ୍ତ ପ୍ରକାର ଆସୁ ପଦକ୍ଷେପ ଗ୍ରହଣ କରାଯାଇଛି।ଏଜ ଭୟଶୂନ୍ୟ ମତଦାନ ପ୍ରକ୍ରିୟା ସକାଶେ ହିଞ୍ଜିଳି  ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇ ଯାଇଛି।ପୌର ନିର୍ବାଚନ ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନାର ପୋୖରାଞ୍ଚଳରେ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ରବିବାର ସହରର ଆଙ୍କୋରଡା, ବଇଞ୍ଚବଣିଆ, ସମେତ ଅନ୍ୟାନ୍ୟ ୱାର୍ଡରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ସମ୍ପନ୍ନ ହୋଇଛି ।  ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅଯଥା ଗଣ୍ଡଗୋଳ ନକରିବା, କୈାଣସି ସ୍ଥାନରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ପ୍ରଶାସନକୁ ସୂଚନା ଦେବା ଓ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ହିଞ୍ଜିଳି ପୋଲିସ ପ୍ରଶାସନକୁ ସହଯୋଗ କରିବା  ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା ।ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ  ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା  । ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ,  ଏ. ଏସ. ଆଇ. ରାଜନ ବିଷୋୟୀ, ପ୍ରକାଶ ବେହେରା,ଅନନ୍ତ ଶବର, ପ୍ରଦୀପ ଜେନା, ସୁବାଷ ଚନ୍ଦ୍ର ମିଶ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ହୋମଗାର୍ଡ, କୋବ୍ରା ବାହିନୀଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ