ପରିବା ଦର କନ୍ଦାଉଛି
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) : ପରିବା ଦର ଆକାଶ ଛୁଆଁ । ଧାର୍ମିକ କାର୍ତ୍ତିକ ମାସ ପାଇଁ ପନିପରିବା ଚଢା ଦରରେ ବିକ୍ରି ହେଉଥିବା ବେଳେ ଆମିଷ ବଜାର ମାନ୍ଦା ପଡିଥିଲା । ଧାର୍ମିକ ମାସ ଶେଷ ପରେ ଆସିଲା ଛାଡଖାଇ । ଏଥିପାଇଁ ଗାଁ ଠାରୁ ସହରର ଆମିଷ ବଜାର ବେଶ ଚଳଚଞ୍ଚଳ ରହିଥିଲା । କାର୍ତ୍ତିକ ମାସ ଶେଷ ହେବା ପରେ ଜନସାଧାରଣ ପରିବାର ଚଢା ଦରରୁ ମୁକ୍ତି ପାଇବେ ବୋଲି ଆଶା ରଖିଥିଲେ । କିନ୍ତୁ ପରିବାର ଦର କମିବା ବଦଳରେ ପରିବା ଦର ଦ୍ରୁତ ଗତିରେ ବଢିଚାଲିଛି । ଯାହା ଫଳରେ ସାଧାରଣ ଶ୍ରମିକ ଓ ଗରିବ ପରିବାର କୁ ବେଶ୍ କନ୍ଦାଉଛି । ହିଞ୍ଜିଳିକାଟୁ ବଜାରରେ ଆଳୁ କିଲୋ ପିଛା ୨୨ ଟଙ୍କା ରହିଥିବା ବେଳେ କଟିକିପୋଟଳ ୬୦ , ପିଆଜ ୬୦, ବାଇଗଣ କିଲୋ ପିଛା ୬୦ , ବଜାରର ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ଗରିବ ଶ୍ରେଣୀର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ପରିବା ମାର୍କେଟକୁ ପନିପରିବା ଆସୁନଥିବାରୁ ଚଢାଦରରେ ପରିବା କ୍ରୟ କରିବାକୁ ପଡୁଛି ତେଣୁ କ୍ରୟ ଦରରୁ କମ ଲାଭ ରଖି ପନିପରିବା ବିକ୍ରି କରାଯାଉଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି ।