‘ନରାକାସ’ର ପ୍ରଥମ ଅର୍ଦ୍ଧବାର୍ଷିକୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :ୟୁକୋ ବ୍ୟାଙ୍କ, ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି”(ନାରାକାସ)ର ପ୍ରଥମ ଅର୍ଦ୍ଧବାର୍ଷିକୀ ବୈଠକ ହୋଟେଲ ‘ଲକି ଇଣ୍ଟରନ୍ୟାସନାଲ’ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲେଶ୍ୱର ସହରର ୩୦ଟି ସରକାରୀ କାର୍ଯ୍ୟାଳୟ (କେନ୍ଦ୍ର), ବ୍ୟାଙ୍କ, ବୀମା କମ୍ପାନୀ ଆଦି ଅଂଶଗ୍ରହଣ କରିଥିଲେ । ବୈଠକରେ ଭାରତର ରାଜଭାଷା ‘ହିନ୍ଦୀ’ର ସରକାରୀ କାର୍ଯ୍ୟରେ ବ୍ୟବହାର ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭାରତ ସରକାରଙ୍କ ରାଜଭାଷା ବିଭାଗ ଓ ଗୃହ ମନ୍ତ୍ରାଳୟ ସହାୟକ ନିର୍ଦ୍ଦେଶକ ନିର୍ମଳ କୁମାର ଦୁବେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଭାଷା ସମ୍ବନ୍ଧରେ ସୂଚନା ଦେଇଥିଲେ । ବ୍ୟାଙ୍କର ଉପ-ମହାପ୍ରବନ୍ଧକ ଲଲାଟେନ୍ଦୁ ବେହେରା ଅଧିକରୁ ଅଧିକ ହିନ୍ଦୀ ଭାଷାର ପ୍ରୟୋଗ ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ନରାକାସ ସଦସ୍ୟ ତଥା ରାଜଭାଷା ସଚିବ ପ୍ରବନ୍ଧକ ରାଜୁ ରଞ୍ଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ