ଗଜଜ୍ୟୋତି-୨୦୨୨ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିୟାନ ୟୁନିଭେରସିଟି ଅଫ ଟେକନ୍ନୋଲଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ “ଗଜଜ୍ୟୋତି-୨୦୨୨” ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୩ଦିନ ତଥା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିନରେ ସିୟୁଟିଏମ୍‌ର ଭାଇସ ଚାନ୍ସଲର ଡ. ସୁପ୍ରିୟା ପଟ୍ଟନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ । ପ୍ରଥମେ ଗଜପତି ଜିଲ୍ଲାର ପାରମ୍ପାରିକ ବାଦ୍ୟଯନ୍ତ୍ରର ନାଶେଙ୍ଗର ସୁମଧୁର ଝଙ୍କାରରେ ଆରମ୍ଭ ହୋଇଥିବା ବେଳେ ସିୟୁଟିଏମ୍ ଅନ୍ତର୍ଗତ ସମସ୍ତ ୭ଗୋଟି ସ୍କୁଲ ନିଜ ନିଜ ପ୍ରଜ୍ଞାପନ ମେଢକୁ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ଡିନ୍ ଷ୍ଟୁଡେଣ୍ଟ ଆଫାୟର ଡ. ଅତନୁ ଦେବ, ଡ. ପ୍ରୀଥା ଭଦ୍ରା, ଡ. ପ୍ରଜନା ପାଣି, ଡ.ଅମରି ପ୍ରସାଦ ବେହେରା, ଡିନ୍ ପ୍ରଶାସକ ଡ. ଏସ୍‌.ପି. ନନ୍ଦ, ଡିନ୍ ଆଡ୍‌ମିଶନ ଡ.ଦୁର୍ଗା ପାଢୀ ପ୍ରମୁଖ ଯୋଗଦେଇଥିଲେ । ରେଜିଷ୍ଟ୍ରାର ଶ୍ରମତୀ ପାତ୍ର ବାର୍ଷକ ସଫଳତା ବିବରଣୀ ପଠନ କରିବା ସହ ସେଞ୍ଚୁରିୟନ ସହ ଜଡିତ ଥିବାକୁ ନେଇ ନିଜକୁ ଗର୍ବାନ୍ୱିତ ବୋଲି କହିଥିଲେ । ଆଜି ପ୍ରଥମ ଦିବସରେ ପ୍ରଜ୍ଞାପନ ମେଢ ପ୍ରତିଯୋଗୀତା, ଖାନା ଖଜଣା (ଦା ମାଷ୍ଟର ସେଫ୍‌) ପ୍ରତିଯୋଗୀତା, ହ୍ୟୁମାୟୁଁ ଅହମଦଙ୍କ ଉପରେ ଆଧାରିତ ନାଟକ, ପାରମ୍ପାରିକ ନୃତ୍ୟ ପାଇକ ଆଖଡା, ପ୍ରଭୁ ଜଗନ୍ନାଥଙ୍କ ଜନ୍ମକୁ ଲେଜର ଆଣ୍ଡ ଲାଇଟ୍ ଶୋ ଆଦି କାର୍ଯ୍ୟକ୍ରମ ମାନ ହୋଇଥିଲା । ପ୍ରଜ୍ଞାପନ ମେଢରେ ପ୍ରଥମ ହୋଇଥିଲେ ସ୍କୁଲ ଅଫ ଭୋକେସନାଲ ଏଜୁସେସନ ଆଣ୍ଡ ଟ୍ରେନିଂ, ଦ୍ୱିତୀୟରେ ଏମ୍‌.ଏସ୍‌. ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର, ତୃତୀୟରେ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ପୁରସ୍କୃତ ହୋଇଥିଲ । ସେହିଭଳି ମାଷ୍ଟର ସେଫ ପ୍ରତିଯୋଗୀତା ପାଇଁ ଫାଇନାଲ ରାଉଣ୍ଡକୁ ୫ ଛାତ୍ର ମନୋନିତ ହୋଇଥିଲେ । ସେମାନେ ନିଜର ସର୍ବୋତ୍ତମ ଖାଦ୍ୟର ପ୍ରଦର୍ଶନ କରିଥିଲେ । ଆଜି ପ୍ରଥମ ଦିବସରେ ଖୁବ୍ ଆକର୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମ ଶେଷରେ ଚିତାକର୍ଷକ ଡ୍ୟାନ୍ସ ପରିବେଶଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ