ଆଦର୍ଶ ଶିକ୍ଷକ ନଟବର ସାମଲଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧୋତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ବାଲିଗୋଠ ଗ୍ରାମର ଆଦର୍ଶ ଶିକ୍ଷକ ତଥା ପୂର୍ବତନ ସରପଞ୍ଚ ନଟବର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ପାଳିତ ହୋଇଯାଇଛି । ପ୍ରଥମ ସୋପାନରେ ବୃକ୍ଷରୋପଣ ସହିତ କେନ୍ଦ୍ରାପଡା ସହରର ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଫଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ତାଙ୍କ ବାସଭବନରେ ଶିକ୍ଷାବିତ ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ଆୟୋଜିତ ସ୍ମୃତିସଭାରେ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଟବର ଗୁରୁଜୀ ସମଗ୍ର ଆୟବା ଅଞ୍ଚଳର ଆଲୋକବର୍ତ୍ତିକା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ କାମପାଳ ଜେନା, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, କବି ଭକ୍ତ ମଲ୍ଲ, ଶିକ୍ଷକ ରାଜେନ୍ଦ୍ର ସ୍ୱାଇଁ, ବିଜୟ ସାମଲ, ସମାଜସେବୀ ଅରବିନ୍ଦ ସ୍ୱାଇଁ, ବଳଭଦ୍ର ସାମଲ, ସରପଞ୍ଚଙ୍କ ପ୍ରତିନିଧି ଅଯୋଦ୍ଧା ନାଥ ବିଶ୍ୱାଳ, ସମିତିସଭ୍ୟାଙ୍କ ପ୍ରତିନିଧି ପ୍ରକାଶ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ୱର୍ଗତ ସାମଲଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସାମ୍ବାଦିକ ବୀରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ