ମିଶନ ଶକ୍ତି ପକ୍ଷରୁ ନବନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ମିଶନ ଶକ୍ତି ପକ୍ଷରୁ ନବନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୂର୍ବତନ ସରପଞ୍ଚଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏମ.ବି.କେ ପ୍ରଜ୍ଞା ପରମିତା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ନବନିର୍ବାଚିତ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ରାଉତ, ଗ୍ରାମ ରୋଜଗାର ସେବକ ପ୍ରଦୀପ କୁମାର ବିଶ୍ୱାଳ, ସମାଜସେବିକା ସବିତା ମହାନ୍ତି, ସମାଜସେବୀ ରବିନ୍ଦ୍ର ସେଠୀ, ମହିଳା ମହାସଂଘର ସଭାନେତ୍ରୀ ସ୍ୱର୍ଣ୍ଣଲତା ରାଜ, ସଂପାଦିକା କମଳା ସାହୁ ଯୋଗ ଦେଇଥିଲେ । ଏଥିରେ ସିଆରପି ରଶ୍ମିତା ଜେନା, ସୁମତୀଲତା ପଣ୍ଡା, ମାନସୀ ସାମଲ, ମିନତୀ ସାହୁ, ସଂଯୁକ୍ତା ରାଜ, ଲକ୍ଷ୍ମୀପ୍ରିୟା ନାୟକ, ତିଳୋତ୍ତମା ଦାସ, ଜ୍ୟୋତ୍ସ୍ନାରାଣୀ ସାହୁ, ପ୍ରିୟଦର୍ଶନୀ ସ୍ୱାଇଁ, ଉର୍ମିଳା ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ନୂତନ ସରପଞ୍ଚଓ ପୂର୍ବତନ ସରପଞ୍ଚଙ୍କୁ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।


