ମା’ବଉଳାଶୁଣୀ କ୍ରିକେଟ ଆସୋସିଏସନର ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ : କମାଣ୍ଡୋ ଭୁବନେଶ୍ୱର ଚମ୍ପିୟନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ଖେଳ ପଡିଆ ଠାରେ ୨ୟ ବାର୍ଷିକ ମା’ବଉଳାଶୁଣୀ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହୋଇଯାଇଛି । ଏଥିରେ କମାଣ୍ଡୋ ଭୁବନେଶ୍ୱର ଚମ୍ପିୟନ ହୋଇଛି । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲାରୁ ମୋଟ ୮ଟି ଟିମ୍ ଭାଗ ନେଇଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ବଜରଙ୍ଗୀ ପାୱାର ଭଦ୍ରକ ବନାମ ଫିଉରିୟସ୍ ଆଟାକ୍ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଫିଉରିୟସ୍ ଆଟାକ୍ ବିଜୟୀ ହୋଇଥିଲା । ସେହିପରି ୨ୟ ସେମିଫାଇନାଲ ମ୍ୟାଚ୍ ବ୍ରଦର୍ସ ଶାଳପଡା ବନାମ କମାଣ୍ଡୋ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କମାଣ୍ଡୋ ଭୁବନେଶ୍ୱର ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ୍ ଫିଉରିୟସ୍ ଆଟାକ୍ ବନାମ କମାଣ୍ଡୋ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କମାଣ୍ଡୋ ଭୁବନେଶ୍ୱର ଟସ୍ ଜିତି ଫିଉରିୟସ୍ ଆଟାକ୍‌କୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଫିଉରିୟସ୍ ଆଟାକ୍ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ହରାଇ ୬୨ ରନ୍ ସଂଗ୍ରହ କରିଥିଲା । ଜବାବରେ କମାଣ୍ଡୋ ଭୁବନେଶ୍ୱର ୫.୨ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଚମ୍ପିୟନ ହୋଇଥିଲା । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଚିନୁ ଓ ମ୍ୟାନ୍ ଅଫ ଦି ସିରିଜ୍ ଭାବେ ଆକାଶ ପାତ୍ର ପୁରସ୍କୃତ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର କୁମାର ଜେନା, ସହୀଦ ଭଗତ ସେନାର ଆବାହକ ସିତାଶୁଂ ଶେଖର ମହାପାତ୍ର ଯୋଗ ଦେଇଥିଲେ । ଅମ୍ପାୟର ଭାବେ ରାଜେଶ ଦାସ, ଗଜେନ୍ଦ୍ର ଲେଙ୍କା, ଅଶୋକ ରାଉତ, ମନୋଜ ଜେନା, ଭାଷ୍ୟକାର ଭାବେ ବିଜୟାନନ୍ଦ ଦାସ, ତାରାଶଙ୍କର ବେହେରା ଓ ସ୍କୋରର ଭାବେ ରମେଶ ଚନ୍ଦ୍ର ପାଢୀ ଦାୟୀତ୍ୱ ସଂପାଦନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଦେବାଶିଷ ନାୟକ, ରାଜେଶ ଦାସ, କାହ୍ନୁ ଚରଣ ମିଶ୍ର, ଦେବାଶିଷ ଦାଶ, ସଞ୍ଜୟ ଜେନା, ଦଶରଥ ଘଡେଇ, ରଶ୍ମି ରଞ୍ଜନ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ