ଫାଶୀ ଲଗାଇ ଆତ୍ମହତ୍ୟା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ପିରିପୁର ଗ୍ରାମରେ ଜଣେ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗ୍ରାମର ବଳରାମ ପୃଷ୍ଟି ଗତକାଲି ରାତିରେ ବାସଗୃହ ସମ୍ମୁଖରେ ଥିବା ଏକ ଗଛରେ ଫାଶୀ ଦେଇ ଜୀବନ ହାରିଥିଵା ଜଣାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛି। ଏନେଇ ଥାନା ପକ୍ଷରୁ ୫/୨୨ରେ ଏକ ମାମଲା ରୁଜୁ ହୋଇଛି। ଆତ୍ମହତ୍ୟା ର ସଠିକ କାରଣ ଜଣାପଡ଼ିନାହିଁ।


