ଡଅଁର ଟିଏମ ଏକାଡେମୀର ୧୯୮୮ବ୍ୟାଚ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମାବେଶ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଡଅଁର ସ୍ଥିତ ଟିଏମ ଏକାଡେମୀର ୧୯୮୮ବ୍ୟାଚର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତତ୍କାଳୀନ ଶିକ୍ଷକ କାତ୍ତିକେଶ୍ୱର ନାୟକ, ଜଳଧର ଜେନା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବଟକୃଷ୍ଣ ଜେନା, ଦୋଳଗୋବିନ୍ଦ ପାଗଳ, ପଦ୍ମନାଭ ମହାନ୍ତି, ନିରୋଦ ବାରିକ ପ୍ରମୁଖ ଯୋଗଦେଇ ସେତେବେଳର ଶିକ୍ଷୋ ବ୍ୟବସ୍ଥା ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିରେ ଛାତ୍ର ପ୍ରବୀର ନାୟକ, ଅମୁଲ୍ୟ ପହି, ପ୍ରଭାତ ଜେନା, ଚନ୍ଦ୍ରଶେଖର ସେଠୀ, ମନୋଜ ରାଉତ, ମମତା ଜେନା, ସୁପ୍ରଭା ଜେନା, ଆରତୀ ମହାପାତ୍ର, ଉଷାରାଣୀ ନାୟକ, ସୁକେଶିନି ଜେନା, ପ୍ରମୁଖ ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ରାରମ୍ଭରେ ଗୁରୁପୂଜା, ଦ୍ୱୀପ ପ୍ରଜ୍ଜଳନ, ଗୁରୁବନ୍ଦନା ପାଠ କରି ଶିକ୍ଷକ ମାନଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିବା ସହିତ ସେମାନଙ୍କ ଅନୁଭୁତି ସମ୍ପର୍କରେ ଆଲୋକପାତ କରିଥିଲେ ।