ପଶ୍ଚିମବଙ୍ଗରେ ରହୁଥିବା ଓଡିଆ ନାବାଳକ ଛାତ୍ର ନିଖୋଜ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ରମେଶ କୁମାର ନାୟକଙ୍କ ପୁତ୍ର ସାଇ ପ୍ରକାଶ ନାୟକ(୧୪) ପଶ୍ଚିମବଙ୍ଗରେ ରହୁଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୧୨ ମସିହାରେ ରମେଶ ନାୟକ ପଶ୍ଚିମବଙ୍ଗ ରାଜ୍ୟର ହାୱଡା ଜିଲା ଅଧିନ ଜଙ୍ଗଲପୁରସ୍ଥିତ ମୋଜ୍ ଫେସନ କମ୍ପାନୀରେ ଚାକିରୀ କରିବା ସହିତ ଗତ ୨୦୧୬ ମସିହା ଠାରୁ ପରିବାର ସହିତ ରହିଆସୁଥିଲେ । ତାଙ୍କ ପୁତ୍ର ସାଇ ପ୍ରକାଶ ଆଲାମପୁରସ୍ଥିତ ଗୁରୁ ନାନକ ପବ୍ଲିକ୍ ସ୍କୁଲର ୮ମ ଶ୍ରେଣୀର ଛାତ୍ର ଅଟନ୍ତି । ମାର୍ଚ୍ଚ ୨୫ ପୂବାର୍ହ୍ନ ୧୧ଟା ବେଳେ ସାଇ ଘରେ ରୋଷେଇ କର ମୁଁ ଆସିଲେ ଖାଇବି ବୋଲି ମାଆକୁ କହି ୧ କିମି ଦୂରରେ ଥିବା ସୋଲାଭିଗା ସ୍ଥାନକୁ ବୁଲି ଯାଇଥିଲେ । ଯିବା ବେଳେ ସାଙ୍ଗରେ କୌଣସି ମୋବାଇଲ ଫୋନ୍ ନେଇନଥିଲେ । ଯିବା ବେଳେ ଏକ ଟ୍ରାକ୍ସ ପ୍ୟାଣ୍ଟ ଓ ସବୁଜ ରଙ୍ଗର ବ୍ୟାନିୟନ ପିନ୍ଧି ଥିଲେ । ଯିବାର ୧ ଘଣ୍ଟା ବିତି ଯିିବା ପରେ ପୁଅ ଘରକୁ ନଫେରିବାରୁ ପରିବାରଲୋକେ ବ୍ୟସ୍ତ ହୋଇପଡିବା ସହ କମ୍ପାନୀ କର୍ମଚାରୀ ମାନଙ୍କୁ ଖବର ଦେଇଥିଲେ । ଏଥିସହ ପରିବାର ଲୋକେ ଓ କଂପାନୀ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପରେ ପରିବାରଲୋକେ ନିଜ ଘର ଓ ସଂପର୍କୀୟଙ୍କୁ ପୁଅ ନିଖୋଜ୍ ହେବା ନେଇ ଖବର ଦେଇଥିଲେ । ବହୁ ଖୋଜାଖୋଜି କରିବା ପରେ ଶେଷରେ ପରିବାର ଲୋକେ ଟମ୍‌ଜୁର ଥାନାରେ ଅଭିଯୋଗ କରିଥିଲେ । ୫ ଦିନ ବିତି ଯାଇଥିଲେ ମଧ୍ୟ ସାଇ ପ୍ରକାଶଙ୍କର କୌଣସି ଖୋଜଖବର ମିଳୁନାହିଁ । ପରିବାରଲୋକେ ଖୋଜି ଖୋଜି ନୟାନ୍ତ ହୋଇ ପଡିଛନ୍ତି । ନିଖୋଜ୍ ସଂପର୍କରେ ବିଭିନ୍ନ ସାମାଜିକ ଗଣମାଧ୍ୟରେ ଖବର ପ୍ରଚାରିତ ହୋଇ ଚାଲିଛି । ସାଇ ପ୍ରକାଶ ଜଣେ ସରଳ ଓ ନିରିହ ପ୍ରକୃତିର ଛାତ୍ର ଅଟନ୍ତି । ଉକ୍ତ ସ୍ଥାନରୁ କିଭଳି ସେ ନିଖୋଜ ହେଲେ ତାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏନେଇ ଟମ୍‌ଜୁର ପୋଲିସ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ