ସାହିତ୍ୟ ସଂସଦର ବାର୍ଷିକୋତ୍ସବ : ବିଶ୍ୱ ନାଟ୍ୟ ଦିବସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଏକ ବିଶେଷ ଅଧିବେଶନ ଉପସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅପ୍ରେଲ ୨୩ତାରିଖ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଅବସରରେ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ନିମନ୍ତେ ବିଶ୍ୱ ନାଟ୍ୟ ଦିବସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଶୁଭ ସଂକ୍ରାନ୍ତୀ ଦିନ ସାହିତ୍ୟ ସଂସଦର ନୂତନ ଗୃହ ପ୍ରବେଶ ନିମନ୍ତେ ମଧ୍ୟ ସ୍ଥିର କରାଯାଇଛି । ସଂସଦ ବାର୍ଷିକୋତ୍ସବ ସ୍ମାରକୀ ସ୍ୱରୂପ ସଂସଦର ମୁଖପତ୍ର ଦିଗବଳୟ ଉନ୍ମୋଚନ କରାଯିବା ସଙ୍ଗେ ସଙ୍ଗେ ପ୍ରତିଭାଧରମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପତ୍ରିକା ପାଇଁ ଲେଖା ପଠାଇବାର ଶେଷ ତାରିଖ ଅପ୍ରେଲମାସ ୫ତାରିଖକୁ ଧାର୍ଯ୍ୟ କରାଯାଇଛି । ଇଛୁକ ସାହିତ୍ୟିକମାନେ ସଂସଦର ସମ୍ପାଦକଙ୍କ ନିକଟକୁ ଲେଖା ପଠାଇବାକୁ ଅନୁରୋଧ । ଏହି ଅବସରରେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ପ୍ରେମଲତା ଗିରି, ରାମକୃଷ୍ଣ ଦାଶ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ଶ୍ରୀଧର କୁମାର ମହାନ୍ତି, ଶ୍ରୀଧର କୁମାର ଭୋଳ, ଅଜୟ କୁମାର ଜେନା, ଫକିର ଚରଣ ଓଝା, ଦିବାକର ସାହୁ, ଶରତ କୁମାର ରାଉତ, ସୁରେନ୍ଦ୍ର କୁମାର ବେହେରା, କାକୁଲି ମଲ୍ଲିକ, ଅର୍ଜ୍ଜୁନ କୁମାର ସ୍ୱାଇଁ, ଗୋଲକ କୁମାର ସେଠୀ, ଗୋଲାପ ମଞ୍ଜରୀ ଜେନା, ରମେଶ ଚନ୍ଦ୍ର ଜେନା ପ୍ରମୁଖ ସାହିତ୍ୟିକମାନେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ ବାର୍ଷିକୋତ୍ସବ ସମ୍ପର୍କରେ ମିଳିତ ବିବୃତ୍ତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି ଓ ନୃସିଂହ ଚରଣ ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୁବାଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଅଧ୍ୟାପକ ମାଧବାନନ୍ଦ ପଣ୍ଡାଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସହ ସମ୍ପାଦକ କାର୍ତ୍ତିକ ଚରଣ ନାୟକ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ