ଶହୀଦ ପଦ୍ମନାଭ ଛୋଟରାୟଙ୍କ ଜୟନ୍ତୀ : ସମ୍ମାନିତ ହେଲେ ପୂଜ୍ୟ ପୂଜା ପ୍ରାଣ ବ୍ରଜବନ୍ଧୁ ପରିଡ଼ା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାର ପାଇକ ସଂଗ୍ରାମର ଅନ୍ୟତମ ମହାନାୟକ ଅମର ଶହୀଦ ପଦ୍ମନାଭ ଛୋଟରାୟଙ୍କ ୨୫୦ତମ ଜୟନ୍ତୀ ତାଙ୍କର ଜନ୍ମମାଟି ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି କମିଟି, ବଡ଼ଗଡ଼ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସଂଗଠନର ସହଯୋଗରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଶହୀଦ ଛୋଟରାୟ ଫାଶୀ ପାଇଥିବା ବାଲିଅନ୍ତାର କୁଶଭଦ୍ରା ନଦୀରେ ପଣ୍ଡିତ ଶ୍ରୀଧର ଦାଶ ତିଳତର୍ପଣ କରିବା ସଙ୍ଗେସଙ୍ଗେ ନିକୁଞ୍ଜବିହାରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥଳ ନିକଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍ ପ୍ରତାପ ଜେନା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯତୀନ୍ଦ୍ର ମୋହନ ଛୋଟରାୟ, ଲକ୍ଷ୍ମୀଧର ଶ୍ରୀଚନ୍ଦନ, ଆଦର୍ଶ ଶିକ୍ଷକ ବୀରକିଶୋର ପ୍ରଧାନ, ପୂଜ୍ୟପୂଜା ପ୍ରାଣ ବ୍ରଜବନ୍ଧୁ ପରିଡ଼ା, କାଳନ୍ଦୀ ଜେନା, ସତ୍ୟବ୍ରତ ଶ୍ରୀଚନ୍ଦନ, ସରୋଜ ମହାନ୍ତି, ଅଜିତ୍ ବେହେରା, ସୁଶାନ୍ତ ମହାନ୍ତି, ଭୀମସେନ୍ ସାମନ୍ତରାୟ, ସୁରେଶ ଭୋଇ, ଦିବ୍ୟରଞ୍ଜନ ମାନସିଂହ ପ୍ରମୁଖ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


