ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ଶିଶୁଦିବସ ପାଳିତ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପି. ମଣିକଣ୍ଡନ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ୱମାଲ୍ୟ ଅର୍ପଣ କରିକାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷ ପି. ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷ ସଚିଦାନନ୍ଦ ଶର୍ମାଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ସ୍ମୃତିଚାରଣ କରିଥିଲେ । ଅଧ୍ୟକ୍ଷ ପି. ମଣିକଣ୍ଡନ ଛାତ୍ରଛାତ୍ରୀ ମାନଙ୍କୁ ମହାପୁରୁଷଙ୍କ ଜୀବନାଦର୍ଶକୁ ଗ୍ରହଣ କରି ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକ ଖେଳର ଆୟୋଜନ କରାଯାଇଥିଲା । ଶିକ୍ଷୟତ୍ରୀ ଅସୀମା ନେଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


