ଫୋଟ ସାମ୍ବାଦିକଙ୍କ ପିତାଙ୍କ ଦ୍ୱାଦଶାହ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଦୈନିକ ଖବର କାଗଜର ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁଙ୍କ ପିତାଙ୍କ ଦ୍ୱାଦଶାହ ଦିବସ କୁମାରବେଗପଲ୍ଲୀ ଗ୍ରାମ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୮ ତାରିଖରେ ଛତ୍ରପୁର ବ୍ଲକ କୁମାରବେଗପଲ୍ଲୀ ଗ୍ରାମ ନିବାସୀ ପାଣ ସାହୁଙ୍କ ହୃଦଘାତରେ ଦେହାନ୍ତ ଘଟିଥିଲା । ଆଜି ତାଙ୍କ ଦ୍ୱାଦଶହ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କରି ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ତାଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱର୍ଗତ ସାହୁ ଜଣେ ଧର୍ମପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ଦ୍ୱାଦଶାହ ଦିବସ ଉତ୍ସବରେ ତାଙ୍କ ଧର୍ମପତ୍ନୀ, ୩ ପୁଅ, ଝିଅ, ଜ୍ୱାଇଁ, ୨ ବୋହୁ ଓ ୬ ଜଣ ନାତି ନାତୁଣିଙ୍କ ସମେତ ବହୁ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ ।