ଶିକ୍ଷା ବିଭାଗ କର୍ମଚାରୀଙ୍କୁ କନ୍ୟାରତ୍ନ ସଚେତନତା କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ନେଇ ଏକ କନ୍ୟାରତ୍ନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗଗତ ତାରତମ୍ୟତା ଜନିତ ଲିଙ୍ଗ ନିରୂପଣ ବନ୍ଦ କରିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୁଷ୍ଟି, ସୁରକ୍ଷା ଓ ବଂଚି ରହିବା ସୁନିଶ୍ଚିତ କରିବା, କନ୍ୟା ଶିଶୁ ମାନେ ସ୍କୁଲରେ ଉତ୍ତମ ସେବା ପାଇବା ଓ ପ୍ରତ୍ୟେକ ଦିନ ସ୍କୁଲରେ ଯୋଗ ଦେବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଶିକ୍ଷା ବିଭାଗ କର୍ମଚାରୀଙ୍କ ଦାୟିତ୍ୱ ରହିଛି । କନ୍ୟା ସନ୍ତାନର ଶିକ୍ଷା ଓ ସମ୍ମାନ ବଜାୟ ରଖିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହି କର୍ମଶାଳାରେ ସାଧନ ବ୍ୟକ୍ତି ଭାବେ ସୁକଣ୍ଠ ପଣ୍ଡା ଓ ସୁଜତା ପଟ୍ଟନାୟକ କନ୍ୟା ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ, ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରୋଗ୍ରାମ କୋଡିନେଟର ସାବିତ୍ରୀବାଳା ଦାଶ ଶିକ୍ଷା ଅଧିକାର ଆଇନ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ବାଳିକା ବିଭାଗର ସଂଯୋଜକ ଜ୍ୟୋତି ପ୍ରକାଶ ରଥ ଯୋଗ ଦେଇ ଶିକ୍ଷାନୁଷ୍ଠାନର ଲିଙ୍ଗଗତ ତାରତମ୍ୟତାକୁ ଦୂର କରି ପ୍ରତ୍ୟେକ ଶିଶୁ ଯେପରି ପଢିବେ ଓ ବଢିବେ ତା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁୁ ଶିବ ପ୍ରସାଦ ରଥ ଓ ସୁଦାମ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ