ପଞ୍ଚାୟତ ବିଜେଡି ସଭାପତିଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ପଞ୍ଚାୟତ ବିଜେଡି ସଭାପତି ସ୍ୱର୍ଗତ ହାଡିବନ୍ଧୁ ନାୟକଙ୍କ ଉଦ୍ଦେଶ୍ୟରେ ବନ୍ତ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବନ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ.ସୁଧାଂଶୁ ଶେଖର ନାୟକ, ଆଇନଜୀବି ମାଧବାନନ୍ଦ ଦାସ, ପୂର୍ବତନ ସରପଞ୍ଚ ଗୋପାଳ ପଣ୍ଡା, କୃପାସିନ୍ଧୁ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ପଧାନପଡା ପଞ୍ଚାୟତ ବିଜେଡି ସଭାପତି ଅଜୟ ବେହେରା, ଟିଲୋ ପଞ୍ଚାୟତ ବିଜେଡି ସଭାପତି ସୁଧିର କୁମାର ନାୟକ, ସୁବାସ ଦାସ, ମହେନ୍ଦ୍ର ଖୁଣ୍ଟିଆ, ବିଜୟ ବିଶ୍ୱାଳ, ନରେନ୍ଦ୍ର ନାୟକ, ଭବେଶ କୁମାର ସାହୁ, ପ୍ରମୋଦ ବିଶ୍ୱାଳ, ଚିନ୍ତାମଣି ମିଶ୍ର, ହେମନ୍ତ ମଲ୍ଲିକ, ଆଡିଆ ପଞ୍ଚାୟତ ବିଜେଡି ସଭାପତି ଫତୁ ରଥଙ୍କ ସହ ବହୁ ନେତୃତ୍ୱ ଯୋଗ ଦେଇ ଅମରଆତ୍ମାର ସଦ୍ଗତି କାମନା କରିବା ସହିତ ସ୍ମୃତିଚାରଣ କରିଥିଲେ ।


