ତେଲ ଦର ପୁଣି ୮୫ ପଇସା ବଢିଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ ଓ ଡିଜେଲ ଦର କମ୍ପାନୀଗୁଡିକ ବଢାଇଛନ୍ତି । ଶନିବାର ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବଢିଛି । ଫଳରେ ଶନିବାର ଭୁବନଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ ପଇସାର ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚଛି । ୩୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ଏବଂ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଥିଲା । ଗତ ୨୨ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଗତ ଦିନ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୬୯ ଏବଂ ଡିଜେଲ ୭ଟଙ୍କା ୬୫ ପଇସା ମହଙ୍ଗା ହୋଇଯାଇଛି ।