୧୯୯୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳିନ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଷଡଙ୍ଗ ରାମ ବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୧୯୯୦ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ବୃନ୍ଦ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାକାର୍ଯ୍ୟ ଅନୁଷ୍ଠିତ ହେବାସହ ନିଜ ନିଜ ଭିତରେ ପରିଚୟ ପ୍ରଦାନ କରିବା ଓ ଏବେକାର କର୍ମକ୍ଷେତ୍ର ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଦୀର୍ଘ ୩୨ବର୍ଷ ପରେ ସମସ୍ତେ ଏକତ୍ରିତ ହୋଇଥିବାରୁ ନିଜ ନିଜର ସଫଳତା ସମ୍ପର୍କରେ ବାର୍ତ୍ତାଳପ କରିଥିଲେ । ଅଭିଭାଷଣ ମାଧ୍ୟମରେ ସମସ୍ତ ଶ୍ରେୟ ତତ୍କାଳୀନ ଶିକ୍ଷକ ଶିକ୍ଷୟତୀ ମାନଙ୍କୁ ପ୍ରଦାନ କରିଥିଲେ । ବିଶେଷକରି ପରବର୍ତ୍ତୀ ସମୟରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ପ୍ରତିବର୍ଷ ଏପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ