କୋଣାର୍କ ସେବା ସଂଗଠନ ପକ୍ଷରୁ ଖୋଲିଲା ଜଳଛତ୍ର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ କୋଣାର୍କ ସେବା ସଂଗଠନ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେଡିକାଲ ଛକ ଠାରେ ଜଳଛତ୍ରର ଶୁଭାରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସେବା ସଂଗଠନର ଆବାହକ କୁନାଲ ପାତ୍ରଙ୍କ ନେତୃତ୍ବରେ ଏହି ଜଳଛତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ରାମଚଣ୍ଡୀ ଅଗ୍ନିସମ ପ୍ରଶିକ୍ଷଣ କେନ୍ଦ୍ରର ଅଧିକାରୀ ତପନ କୁମାର ମହାନ୍ତି, ସୁତନ ଗ୍ରାମ ପଞ୍ଚାୟତର ସମିତିସଭ୍ୟ କାଶିନାଥ ନାୟକ, କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ଭାଗିରଥି ସ୍ବାଇଁ, ସାମାଜିକ କର୍ମୀ ରଶ୍ମିରଞ୍ଜନ ବିଶ୍ବାଳ ଓ ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହିତ ଅନୁଷ୍ଠାନର ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ମାନେ କୋଣାର୍କ ସେବା ସଂଗଠନ ପକ୍ଷରୁ ଖୋଲା ଯାଇଥିବା ଜଳଛତ୍ରରୁ ପାନୀୟ ଜଳ ପିଇବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ବ୍ରଜବନ୍ଧୁ ବିଶ୍ବାଳ, ରଂଜନ ମୁଦୁଲି, ପ୍ରଦୀପ୍ତ କୁମାର ପ୍ରଧାନ, ଶରତ କୁମାର ଖଟୋଇ, ମନମୋହନ ସେଠୀ, ଅଜିତ କୁମାର ସ୍ଵାଇଁ, ଆନନ୍ଦ ମହାପାତ୍ର ଓ ଲିପୁ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ।


