୪ତମ ବାସନ୍ତି ଦୁର୍ଗାପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିର ଭବାନୀ ଛକ ଠାରେ ମାଁ ବାସନ୍ତି ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି । ଏହି ପୂଜା ୫ଦିନ ଧରି ଚାଲୁ ରହିବାକୁ ଥିବା ବେଳେ ଆଜି ୩ୟ ଦିନରେ ପହଞ୍ଚିଛି । ସୂଚନା ଯୋଗ୍ୟ ଯେ, ମାଁ ବାସନ୍ତି ଦୁର୍ଗା ପୂଜା ପ୍ରତି ୧୨ବର୍ଷକୁ ଥରେ ପୂଜା ହୋଇଥାଏ । ଚୈତ୍ରମାସର ବସନ୍ତ ଋତୁରେ ମା ବାସନ୍ତିଙ୍କ ପୂଜା ପାଇଥାନ୍ତି । ପ୍ରତି ଦୁର୍ଗା ମଣ୍ଡପରେ ପ୍ରତି ବର୍ଷ ମାଁଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଅଛି । ହେଲେ ଉକ୍ତ ମଣ୍ଡପ ଠାରେ ପ୍ରତି ୧୨ବର୍ଷକୁ ଥରେ ମାଁ ବାସନ୍ତିଙ୍କ ଉତ୍ସବ ପଡିଥାଏ । ଏହି ପରିପ୍ରେକ୍ଷୀରେ ଭବନାନୀ ଛକ ଠାରେ ଗତ ୪୮ବର୍ଷ ଧରି ହେଉଥିବା ମାଁ ଦୁର୍ଗାଙ୍କ ପୂଜା ମଣ୍ଡପରେ ଚଳିତ ଥର ୪ର୍ଥ ବାସନ୍ତି ଉତ୍ସବ ଅନୁଷ୍ଠିତ ହେଉଅଛି । ମାଁଙ୍କର ଏହି ବାସନ୍ତିକ ଉତ୍ସବରେ ପାରଳାଖେମୁଣ୍ଡି ସହର ବ୍ୟତୀତ ଆଖପାଖ ଅଞ୍ଚଳରୁ ଭକ୍ତ ବା ଶ୍ରଦ୍ଧାଳୁମାନେ ସାମିଲ ହୋଇ ମାଙ୍କ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ସନ୍ତଷ କର, ଜଗନ୍ନାଥ ପଣ୍ଡା ପ୍ରମୁଖ ପୂଜକ ପୂଜାର୍ଚ୍ଚନା କରୁଥିବା ବେଳେ ପୂଜାକମିଟିର ରାମଚନ୍ଦ୍ର ମହାପାତ୍ର, ନରେଶ ମହାରଣା, ବିଜୟ ପ୍ରଧାନ, ଖଲିବରାଡ, ରମେଶ ମହାରଣା ପ୍ରମୁଖ ପରିଚାଳନା ଓ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ