ଆମ କର୍ତ୍ତବ୍ୟ ସେବା ସଂଗଠନ ପକ୍ଷରୁ ଇଶଳାରେ ଜଳଛତ୍ର କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ) :ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀ ମାନଙ୍କ ତୃଷ୍ଣା ନିବାରଣ ପାଇଁ ଆମ କର୍ତ୍ତବ୍ୟ ସେବା ସଂଗଠନ ପକ୍ଷରୁ ହାଟଡିହି ବ୍ଲକ ଇଶଳାର ଧବଳେଶ୍ୱର ବଜାର ଠାରେ ପ୍ରଥମକରି ଜଳଛତ୍ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ରକ୍ରମରେ ଟୁକୁଣା ଚିକିତ୍ସାଳର ଡ. ରାଧା ପ୍ରସାଦ ମିଶ୍ର ଯୋଗଦେଇ ନିଜ ହସ୍ତରେ ଲୋକମାନଙ୍କୁ ଦହି ସରବତ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସହଗଠନ ପକ୍ଷରୁ ନିୟମିତ ପ୍ରତିଦିନ ସେଠାରେ ଯାତ୍ରୀ ମାନଙ୍କୁ ଦହି ସରବତ ବଣ୍ଟନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ରକ୍ରମରେ ସେବା ସଂଗଠନର ସଭାପତି ମନୋର୍ଜନ ଦାସ, ଆଲୋକ କୁମାର ପେଡା, ସୁବ୍ରତ ଜେନା, ସଦାଶିବ ଜେନା, ଦୀନବନ୍ଧୁ ଜେନା, ନିରଞ୍ଜନ ଜେନା, ବାବୁଲି ଜେନା, ହେମନ୍ତ କୁମାର ଜେନା, ସନ୍ତୋଷ ବେହେରା, ଅଭିମନ୍ୟୁ ବେହେରା, ଦୀପକ ମଲ୍ଲିକ, ସୁକାନ୍ତୀ ଜେନା, ପ୍ରୀୟଦର୍ଶନୀ ବେହେରା, ବଳରାମ ଜେନା, ରାଜେଶ ତରେଇ, ରମଣୀ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥୀିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ