ମେଗା ୱାଟର ପ୍ରୋଜେକ୍ଟ ବୁଲିଲେ ବିଜେପି ପ୍ରତିନିଧି

ହାଟଡିହି, (ବିକାଶ ବିଶ୍ୱାଳ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟେକ୍ଷ ତତ୍ୱାଧାନରେ ସାରା ଦେଶରେ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ଯେଉଁ ପ୍ରକ୍ରୀୟା ଆରମ୍ଭ ହୋଇଛି ସେହି କ୍ରମରେ ଓଡିଶାରେ ମଧ୍ୟ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଲାଗି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳ ଢ଼େଙ୍କା ଠାରେ ନିର୍ମିତ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ବୁଲି ଦେଖିବାସହ ନରେନ୍ଦ୍ରମୋଦୀଙ୍କ ଏପରି ଜନକଲ୍ୟାଣ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, କୈଳାଶ ସାମଲ, ହରମୋହନ ଶାସିନି, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ନିତ୍ୟାନନ୍ଦ ବେହେରା, ଦୀପକ ଜେନା, କୃଷ୍ଣଚନ୍ଦ୍ର ଜେନା, ଗଜେନ୍ଦ୍ର ନାୟକ, ଗୁରୁଦେବ ଜେନା, ପ୍ରତାପ ଜେନା, ରମେଶ ନାୟକ, ଚରଣ ପାତ୍ର, ଧରମା ହୋ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ