ପୋଡ଼ାମାରି କଲେଜ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପୋଡ଼ାମାରି ବିଜ୍ଞାନ କଲେଜ ପରିସରରେ ୮ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଇ. ପ୍ରଦୀପ କୁମାର ପାତ୍ର ଙ୍କ ପୌରହିତ ରେ ଅନୁଷ୍ଠିତ ଉଦଯାପନୀ ଦିକ୍ଷାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ମୁଖ୍ୟବକ୍ତା ଜିଲ୍ଲା ସଂଯୋଜକ ପ୍ରଫେସର ଅମୃତ କୁମାର ସେଠୀ ସମ୍ମାନିତ ଅତିଥି ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁ ଫାଣ୍ଡି ଅଧିକାରୀ ପରମେଶ୍ବର ମଲିକ ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କ ଦୈନନ୍ଦିନ ସାଧାରଣ ଜୀବନରେ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଯୋଜିକା ଦମୟନ୍ତି ପାଣିଗ୍ରାହୀ ଓ ଅଧ୍ୟାପକ ଦୁର୍ଯୋଧନ ଜେନା ଶିବିର ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ କର୍ମଚାରୀ ଓ ଶିବିରାର୍ଥି ଛାତ୍ରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ