ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମ କରିବା ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମରେ ପରିଣତ ପାଇଁ ଦାବି ଉଠାଇଛି ଜିଲା କଂଗ୍ରେସ କମିଟି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ସବିତା ସାହୁଙ୍କୁ ସାକ୍ଷାତ ସହ ଏ ବାବଦରେ ଆଲୋଚନା କରିଥିଲେ । ବାଲେଶ୍ୱର ପୌରାଞ୍ଚଳକୁ ମହାନଗର ନିଗମରେ ପରିଣତ କରିବାରେ ପୂର୍ବରୁ ହୋଇଥିବା ସରକାରୀ ଉଦାସୀନତକୁ ସେ ସମାଲୋଚନା ମଧ୍ୟ କରିଥିଲେ । ସରକାରଙ୍କ ପ୍ରକ୍ଷରୁ ବିଚାରଧୀନ ପ୍ରସ୍ତାବ ଅନୁଯାୟୀ ବାଲେଶ୍ୱର ମହାନଗର ନିଗମ ସ୍ଥାପନ ପାଇଁ ସର୍ଭେ କାର୍ଯ୍ୟ ମଧ୍ୟ କରାଯାଇଥିଲା । ବାଲେଶ୍ୱର ସହରର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମହାନଗର ନିଗମରେ ପରିଣତ ହେବା ଏକାନ୍ତ ଆବଶ୍ୟକ ହୋଇପଡିଛି ବୋଲି ସେ ମତ ଦେଇଥିଲେ । ଏହି ଅବସରରେ କଂଗ୍ରେସ କର୍ମକର୍ତ୍ତାମାନେ ଶ୍ରୀମତୀ ସାହୁଙ୍କୁ ଅଭିନନ୍ଦନ ଜଣାଇବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ନବପ୍ରସାଦ ଭୂୟାଁ, ଜ୍ୟୋତି ଶଙ୍କର ରମା, ଛାତ୍ର କଂଗ୍ରେସ ଜିଲା ସଭାପତି ଗୌତମ ସାହୁ, ଉପ-ସଭାପତି ଜୀବନ ମହାପାତ୍ର ଓ ମମିତା ମହାନ୍ତି, ଅଜଗର ଅଲି, ଧର୍ମା ନାୟକ, ଜାନୁ ମୁଖୀ, ସାରଥି ମହାନ୍ତି, ବାସନ୍ତୀ ସାମଲ, ବିଳାସିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


