ଭାରତ ଛାଡିପାରେ ଦୁନିଆର ସବୁଠାରୁ ବଡ ସିମେଣ୍ଟ କମ୍ପାନୀ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ଦୁନିଆର ସବୁଠାରୁ ବଡ ସିମେଣ୍ଟ କମ୍ପାନୀ Holcim Group ଭାରତରେ ନିଜର ୧୭ ବର୍ଷ ପୁରୁଣା କାରବାର ବନ୍ଦ କରିବା ଯୋଜନାରେ ରହିଛି। କମ୍ପାନୀ କୋର ମାର୍କେଟ ଉପରେ ଫୋକସ୍‌ କରିବାର ଗ୍ଲୋବାଲ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଏକ୍ସିଟ୍‌ ଏହି ବ୍ୟାପକ ରଣନୀତିର ଅଂଶ ରହିଛି। Holcim Group ଗ୍ରୁପ୍‌ ନିଜର ଦୁଇ ଲିଷ୍ଟେଡ୍‌ କମ୍ପାନୀ ଅମ୍ବୁଜା ସିମେଣ୍ଟ ଓ ଏସିସି (ACC Ltd) ଲିମିଟେଡ୍‌ର ସେଲ୍‌ ଉପରେ ପକାଇଛି । କୁହାଯାଉଛି ଯେ, Holcim Group ନିଜର ଭାରତୀୟ କାରବାର ବିକ୍ରି କରିବା ପାଇଁ ଜେଏସ୍‌ଡବ୍ଲୁ ଓ ଆଡାନୀ ଗ୍ରୁପ୍ ସହ ଅନ୍ୟ କମ୍ପାନୀ ସହିତ ଆଲୋଚନା କରୁଛି । ଜେଏସଡବ୍ଲୁ ଓ ଆଡାନୀ ଗ୍ରୁପ୍ ଦୁହେଁ ନିକଟରେ ସିମେଣ୍ଟ ସେଗମେଣ୍ଟରେ ଏଣ୍ଟ୍ରି ନେଇଛନ୍ତି। ଦୁଇଟି ଗ୍ରୁପ୍‌ ପାଖରେ ସିମେଣ୍ଟ କାରବାରକୁ ବଢାଇବାର ଆକ୍ରାମକ ଯୋଜନା ରହିଛି । ସୁତ୍ରର କହିବା ଅନୁସାରେ, ଶ୍ରୀ ସିମେଣ୍ଟ ଭଳି ସ୍ଥାନୀୟ କମ୍ପାନୀ ସହ ମଧ୍ୟ ସମ୍ଭାବିତ ବିକ୍ରିକୁ ନେଇ ସମ୍ପର୍କ କରାଯାଇଛି । ଭାରତୀୟ ସିମେଣ୍ଟ ବଜାରରେ ଏବେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଲଟ୍ରାଟେକ୍ ସବୁଠାରୁ ବଡ କମ୍ପାନୀ। ଅଲଟ୍ରାଟେକ୍ ପାଖରେ ପ୍ରତି ବର୍ଷ ୧୧୭ ମିଲିୟନ ଟନ୍‌ ସିମେଣ୍ଟର ଉତ୍ପାଦନ କରିବାର କ୍ଷମତା ରହିଛି। Holcim Groupର ଦୁଇଟି ଲିଷ୍ଟେଡ୍ କମ୍ପାନୀ ଅମ୍ବୁଜା ସିମେଣ୍ଟ ଓ ଏସିସି ଲିମିଟେଡ୍ ମିଳିତ କ୍ଷମତା ୬୬ ମିଲିୟନ ଟନ୍‌ ରହିଛି। ଯେଉଁ ଗ୍ରୁପ୍ ଏହି ଦୁଇଟି ସିମେଣ୍ଟ କମ୍ପାନୀକୁ କିଣିବ, ସେ ଗୋଟିଏ ଝଟକାରେ ଭାରତ ଭଳି ଗୁରୁତ୍ବପୂର୍ଣ୍ଣ ବଜାରରେ ନମ୍ବର ଦୁଇ ସ୍ଥାନରେ ଆସିଯିବ। ସେହି କାରଣରୁ ଗ୍ଲୋବାଲ ସିମେଣ୍ଟ କମ୍ପାନୀଗୁଡିକ ଭାରତୀୟ ସିମେଣ୍ଟ ବଜାର ପ୍ରତି ଆଗ୍ରହ ଦେଖାଇଛନ୍ତି । ସ୍ବିଜରଲାଣ୍ଡର କମ୍ପାନୀ ୨୦୧୫ ଫ୍ରାନ୍ସର ପ୍ରତିଯୋଗୀ ଲାଫାର୍ଜ ସହିତ ବିଲୟ ହେବା ପରେ ନାମରେ ସିମେଣ୍ଟ ଓ ବିଲ୍ଡିଂ ମ୍ୟାଟେରିଆଲର ଏକ ବଡ ୟୁରୋପୀୟ କମ୍ପାନୀ ପ୍ରସ୍ତୁତ ହୋଇଥିଲା। ତେବେ ବିଲୟ ପର ସାମନାକୁ ଆସିଥିବା କମ୍ପାନୀକୁ ମଧ୍ୟ ଭାରତ ସହିତ ୟୁରୋପ ଓ ଏସିଆ ପରେ ବଜାରରେ ଆଣ୍ଟି-ଟ୍ରଷ୍ଟ ଆଇନର ପାଳନ କରିବା କିଛି ସମ୍ପତ୍ତି ହଟାଇବା ପଡିପାରେ। ଏହାପରେ କମ୍ପାନୀକୁ Holcim Group ନାମରେ ରିବ୍ରାଣ୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ