ମନ ମୋହୁଛି ରାସ୍ତାର ଜୀବନ୍ତ ପ୍ରତିମା

ସ୍ପେନ୍ ଅନ୍ତର୍ଗତ ବାର୍ସିଲୋନାର ଏକ ପ୍ରସିଦ୍ଧ ରାସ୍ତା ହେଉଛି- “ଲା ରାଂବ୍‌ଲା ଷ୍ଟ୍ରିଟ୍‌’ । ଏହାର ଲମ୍ବ ୧.୩ କିଲୋମିଟର୍ । ରାସ୍ତାରେ ପଥଚାରୀ, ଯାନବାହନ ଆରୋହୀଙ୍କ ଯିବାଆସିବା ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିଛି । ଲା ରାଂବଲା, ବାର୍ସିଲୋନାର ଏକ ପ୍ରମୁଖ ପର୍ଯ୍ୟଟକ ଆକର୍ଷଣ । ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପ୍ରତ୍ୟେକ ଦିନ ଅନେକ ଜୀବନ୍ତ ପ୍ରତିମା ବା ହ୍ୟୁମାନ୍ ଷ୍ଟାଚୁ ଦେଖିବାକୁ ମିଳନ୍ତି । ରୋଜଗାର ଉଦ୍ଦେଶ୍ୟରେ ସ୍ଥାନୀୟ କଳାକାରମାନେ ଏଭଳି ଜୀବନ୍ତ ପ୍ରତିମା ବନୁଥିବା ପ୍ରକାଶ । ବିଭିନ୍ନ କାହାଣୀ-କିଂବଦନ୍ତିର ଚରିତ୍ର ଆଧାରରେ ସେମାନେ ନିଜ ନିଜକୁ ସଜାନ୍ତି । ପର୍ଯ୍ୟଟକମାନେ ସେମାନଙ୍କ ସହ ଫଟୋ ଉଠାଉଥିବା, କଥା ହେଉଥିବା ଦେଖିବାକୁ ମିଳେ । ଏହା ସେମାନଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ । ଲା ରାଂବ୍‌ଲାରେ ଚୋର-ଖଣ୍ଟଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଜୀବନ୍ତ ପ୍ରତିମାମାନଙ୍କ ସହ ଆଳାପ-ଆଲୋଚନାରେ ବ୍ୟସ୍ତ ଥାଇ ଅସାବଧାନ ହୋଇଗଲେ ପାଖରେ ଥିବା ସବୁ କିଛି ନିମିଷକ ମଧ୍ୟରେ ଚାଲିଯାଇପାରେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ