ନିଲାମ ଅପେକ୍ଷାରେ କୋଟିଏ ଟଙ୍କାର ହେଡ୍‌ଫୋନ୍‌ !

କୋଟିଏ ଟଙ୍କା ମୂଲ୍ୟର ମହଙ୍ଗା ହେଡ୍ ଫୋନ୍ ଏବେ ନିଲାମ ଅପେକ୍ଷାରେ । ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହାକୁ ନ୍ୟୁୟର୍କରେ ନିଲାମ କରାଯିବ । ସମ୍ପୃକ୍ତ ନିଲାମକାରୀ ସଂସ୍ଥା ଏହି ନିଲାମ ଡାକରାକୁ “ମାଗ୍‌ନିଫିସେଣ୍ଟ୍ ଜୁଏଲର୍ସ’ ଭାବେ ନାମିତ କରିଛି । ହେଡ୍ ଫୋନ୍‌ର ବିକ୍ରୟ ମୂଲ୍ୟ ରହିଛି ଏକସ୍ତରୀ ଲକ୍ଷରୁ ଏକ କୋଟି ଟଙ୍କା ମଧ୍ୟରେ । ଏଥିରେ ୧୨୦ କ୍ୟାରେଟ୍ ଓଜନର ଦେଢ଼ ହଜାରଟି ବିଭିନ୍ନ ରଙ୍ଗର ମୂଲ୍ୟବାନ୍ ହୀରା ଖଞ୍ଜାଯାଇଛି । ଇଂଲଣ୍ଡର ଏକ ଗହଣା ଦୋକାନୀ ଦ୍ୱାରା ଏହା ତିଆରି ହୋଇଥିଲା । ମାଡୋନା, ଲିଲ୍ ବାନେଙ୍କ ଭଳି ପ୍ରସିଦ୍ଧ ସେଲିବ୍ରିଟିମାନେ ଏହାକୁ ପିନ୍ଧିଥିଲେ ଏବଂ ଏଥିପାଇଁ ଏହାର ମୂଲ୍ୟ ଦୁର୍ମୂଲ୍ୟ ହୋଇଥିବା ଅନୁମାନ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ