ଗ୍ରାମ୍ୟରାସ୍ତା ଜବରଦଖଲ ଉଚ୍ଛେଦ ନେଇ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ଗ୍ରାମବାସୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧିନ ପିଡବ୍ଲ୍ୟୁଡି ରାସ୍ତା ଠାରୁ ବଗଦା କାଶିପୁର, ତରଡିପାଳ ରାସ୍ତାରୁ କନ୍ତିଆ ଶାସନ ଓ ହରିଜନ ସାହିକୁ ଯାଇଥିବା ଗ୍ରାମ୍ୟରାସ୍ତାରୁ ଜବରଦଖଲ ଉଚ୍ଛେଦ ନେଇ ଗ୍ରାମବାସୀମାନେ ବିଭାଗୀୟ ମନ୍ତ୍ରୀ, ଜିଲାପାଳ, ତହସିଲଦାର, ରାଜସ୍ୱ ନୀରିକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ତରଡିପାଳ ଛକରୁ କନ୍ତିଆ ଭାୟା ବଗଦା ଶାସନ ଓ ତରଡିପାଳ ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତା ଓସାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏହି ରାସ୍ତାରେ ତରଡିପାଳ, ବଗଦାଶାସନ, କନ୍ତିଆ ଗ୍ରାମକୁ ଲୋକେ ଯାତାୟତ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜକୁ ଯାଇଥାନ୍ତି । ଏହା ଉପରେ ୧୦ଟି ଗ୍ରାମର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତା ପାଶ୍ୱର୍ରେ ଥିବା ଜମି ମାଲିକ ଓ ଘର କରିଥିବା ଲୋକ ମାନେ ମନଇଛା ରାସ୍ତାକୁ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି । ସାଧାରଣଲୋକଙ୍କ ସୁବିଧା ପାଇଁ ଉକ୍ତ ରାସ୍ତାକୁ ସରକାରୀ ମାପ କରାଇ ଜବରଦଖଲ ଉଚ୍ଛେଦ କରିବା ସହିତ ଏହାକୁ ପିଚୁ ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ