‘ମିଶନ ସ୍ମାଇଲ’ପକ୍ଷରୁ ମହାବିଷୁବ ସଂକ୍ରାନ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :-ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ପାଳନ ଅବସରରେ ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ମିଶନ ସ୍ମାଇଲ’ ପକ୍ଷରୁ ସହରର ପୁଲିସ ଲାଇନ ଛକରେ ଏକ ପଣା ବଣ୍ଟନ କରାଯାଇଛି । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ଯାଦବେଶ ମିଶ୍ର, ଯୁବ ସଂଗଠନ ବିକ୍ରମ ପଣ୍ଡା, ଭାଗବତ ସାହୁ, ଅସିତ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଜନସାଧାରଣଙ୍କୁ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଆ ନବ ବର୍ଷ ପ୍ରତ୍ୟେକ ଓଡିଆଙ୍କ ନିମନ୍ତେ ମହତ୍ୱ ରଖୁଥିବା ବେଳେ କୋଭିଡ କଟକଣା ହଟି ଯାଇଥିବାରୁ ଚଳିତ ବର୍ଷ ଏହି ପର୍ବ ବେଶ ଖୁସି ଆଣି ଦେଇଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ସଂଗଠନର ମୁଖ୍ୟ ସତ୍ୟେନ୍ଦ୍ର ଦାସଙ୍କ ନେତୃତ୍ୱରେ ଆୟୋଜତି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସବିତା ମହାନ୍ତି, ଅନିମା ବାରିକ, ଅମିତା ଚାନ୍ଦ, ପ୍ରୀତି ନନ୍ଦ, ସଂଯୁକ୍ତା ବେହେରା, ବୁଲୁ ଦାସ, ଭାରତୀ ମଲିକ, ପ୍ରଭାତ କୁମାର ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।


