ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ନିର୍ବାଚନୀ ମହାସଭା
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଛତ୍ରପୁର ବାଣାୟତ ଓଡିଆ ସମାଜର ନିର୍ବାଚନୀ ମହାସଭା ଅନୁଷ୍ଠିତ ହୋଇଯାଇଛି । ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଗଞ୍ଜାମ ଜିଲ୍ଲା ସଭାପତି ଗନ୍ଧର୍ବ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ନିୟମ କାନନୁନ ସମସ୍ତେ ମାନି ସମାଜକୁ ଶୃଙ୍ଖଳିତ ଭାବେ ଗଢି ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ପୂର୍ବତନ ରାଜ୍ୟ ସଭାପତି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲାସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ବାଣାୟତ ଓଡିଆ ସମାଜର ରାଜ୍ୟ. ଜିଲ୍ଲା ଓ ତାଲୁକା ର କମିଟି ଗୁଡିକୁ ସଂଗଠିତ କରି ବାଣାୟତ ଓଡିଆ ସମାଜକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ବାଣାୟତ ଓଡିଆ ସମାଜ ତରଫରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ କୂଳପତାକା ଉତ୍ତୋଳନ କରିଥିଲେ । ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଛତ୍ରପୁର ତାଲୁକା ସଭାପତି ଭାବେ ଦେବରାଜ ପ୍ରଧାନ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ରବୀନ୍ଦ୍ର ସେଠୀ, ସମ୍ପାଦକ ଭାବେ ସିମାଂଚଳ ନାହାକ, ସହ ସମ୍ପାଦକ ଭାବେ ଟିଟୁ ରଜନୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଅଶ୍ୱିନୀ ବିଶ୍ୱାଳ, ସମୀକ୍ଷକ ଭାବେ ଭଗବାନ ସେଠୀ, ସଂଗଠନ ସମ୍ପାଦକ ଭାବେ ବାଦଲ ପାଣ୍ଡି, ଅନ୍ୟତମ ସଂଗଠନ ସମ୍ପାଦକ ଭାବେ ଅକ୍ଷୟ କୁମାର ଜେନା, ରାଜ୍ୟ ପ୍ରତିନିଧିର ଭାବେ ଅଙ୍ଗଦ ବିଶ୍ୱାଳ, ଜିଲ୍ଲା ପ୍ରତିନିଧି ଭାବେ ନିରଞ୍ଜନ ସ୍ୱାଇଁ, ଉପଦେଷ୍ଟା ଭାବେ ଶତୃଘନ ନାହାକ, ସୁରେନ୍ଦ୍ର ସ୍ୱାଇଁ ଓ ପ୍ରଦୀପ କୁମାର ଖଟେଇ, ମହିଳା ସଂଗଠନ ସମ୍ପାଦିକା ଭାବେ ମଞ୍ଜୁଳା ନାହାକ, କୂୁଳ ସଭ୍ୟ ଭାବେ ଭାସ୍କର ପ୍ରଧାନ, କୋରା ସାମଲ, ବୃନ୍ଦାବନ ସାହୁ, ସାହେବ ସ୍ୱାଇଁ ଓ ଯୋଗୀ ପ୍ରଧାନ ଏବଂ କୂଳ ପାଇକ ଭାବେ ହୀନ ବାରିକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ରାଜ୍ୟ ନିର୍ବାଚନ ଅଧିକାରୀ ଉଦୟନାଥ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ । ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାଣାୟତ ସମାଜର ସାମୁହିକ ବିକାଶ ପାଇଁ କୁଳର ନିୟମ କାନୁନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନି କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଗବାନ ପରିଡା, ପ୍ରଶାନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ବିଷୋୟୀ, ବିଜୟ କୁମାର ପରିଡା, ରଜନୀ ପ୍ରଧାନ, ସିମାଂଚଳ ଖଟେଇ, ରଙ୍ଗନାଥ ବିଶ୍ୱାଳ, ସୁରଥ ଚନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ ସାହୁ, ଦିଲ୍ଲୀପ କୁମାର ପ୍ରଧାନ, ତ୍ରିନାଥ ପ୍ରଧାନ, ସିମାଂଚଳ ପଲେଇ, ଆକୁଳ ପରିଡା, ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ରାଜ୍ୟ, ଜିଲ୍ଲା ଓ ବିଭିନ୍ନ ତାଲୁକାର ପ୍ରତିନିଧି ମାନେ ସାମିଲ ଥିଲେ । ଶେଷରେ ଛତ୍ରପୁର ବାଣାୟତ ଓଡିଆ ସମାଜର ସମ୍ପାଦକ ସିମାଂଚଳ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭ ସମାଜ ପକ୍ଷରୁ କୂଳର ପୁରୁଷ ଓ ମହିଳା ମାନଙ୍କ ନେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ଛତ୍ରପୁର ସହର ପରିକ୍ରମା କରାଯାଇଥିଲା ।


