ଦଣ୍ଡକାଳୀ ମନ୍ଦିର ତାଲା ଭାଙ୍ଗି ୩୫ ହଜାର ଟଙ୍କା ଚୋରି କଲେ ଦୁର୍ବୁତ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ବିରେଶ୍ୱର ମନ୍ଦିର ନିକଟ ଦଣ୍ଡକାଳୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତ୍ରରେ ମନ୍ଦିର ଭିତରେ ଥିବା କାଳୀ ପ୍ରଭା ନିକଟରୁ ୩୫ ହଜାର ଟଙ୍କା କିଛି ଦୁର୍ବୁତ୍ତ ତାଲା ଭାଙ୍ଗି ଚୋରି କରିଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଘଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏନେଇ ପରିଚାଳନା କମିଟି ପକ୍ଷରୁ ଏକ ଲିଖିତ ଏତାଲା ପ୍ରଦାନ କରାଯାଇଛି । ସୂଚନା ଥାଉକି, ଗତକାଲି ମାଙ୍କ ଆଳତି ସାରି ପୂଜାରି ମନ୍ଦିର ଚାବି ପକାଇ ଯାଇଥିବା ବେଳେ ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିଥିବା ବେଳେ ଦୁର୍ବୁତ୍ତ ମାନେ ଚାବି ଭାଙ୍ଗି ୩୫ ହଜାର ଟଙ୍କା ଲୁଟ୍ କରିଥିବା ଜାଣିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲେ ।


