ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଛତ୍ରପୁର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଛତ୍ରପୁର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ।ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ର ରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିରୂପେ ପ୍ରତିଭା ଆବାସିକମହାବିଦ୍ୟାଳୟ ର ଅଧକ୍ଷ ଚିନ୍ମୟ କୁମାର ଦାସ, ପଣ୍ଡିତ ପ୍ରଦୀପ କୁମାର ଆଚାର୍ଯ୍ୟ, ଶିକ୍ଷାବିତ୍ ମକୁନ୍ଧ ପାଢ଼ୀ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଓଡ଼ିଶା ସମ୍ପର୍କରେ ସ୍ମୃତି ଚରଣ କରିଥିଲେ ।ସାମାଜିକ କର୍ମୀ ଅରୁଣ ଶତପଥୀ କାର୍ଯ୍ୟକ୍ରମସଂଯୋଜନା କରିଥିଲେ । ଶେଷରେ ବିଜୁ ବାବୁଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ପ୍ରାଥ ନା କରାଯାଇଥିଲା । ।