ଡମ୍ବଡିହ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା !

ମୋହନା, (ଅଂଶୁମାନ ପଣ୍ଡା) : ବସୁଧା ଯୋଜନା ମାଧ୍ୟମରେ ସମସ୍ତଙ୍କ ପାଇଁ ପିଈବା ପାଣି ଘରକୁ ଯୋଗାଇଦିଆଯାଉଛି, ଏହି ଯୋଜନାରେ ପାଇପ୍ ପାଣି ସଂଯୋଗ କରାଯାଇ ସମସ୍ତଙ୍କୁ ପାନୀୟ ଜଳ ଦିଆଯାଉଛି । ଏହି ଯୋଜନା ଫଳରେ ଆମର ମାଁ ମାନଙ୍କ ପାଇଁ ବହୁତ ଖୁସି ଆଣିଥିବ ନିଚୟ ଏହି ସେବାରେ ରାଜ୍ୟ ସରକାରର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ରହିଥିବା କଥା ଆମେ କହୁନୁ ଏଭଳି ଫଳକ ପୋତିଦେଇ ସରକାରଙ୍କ ପାନୀୟଜଳ ବିଭାଗ ନେଉଛି ବାଃ ବାଃ । ଜନସାଧାରଙ୍କ ସ୍ୱପ୍ନକୁ କେତେ ଦୂର ସଫଳ ରୂପାୟନ କରିପାରୁଛନ୍ତି ଏହି ବିଭାଗୀୟ ଅଧିକାରୀ ମାନେ, କେବଳ ଫଳକ ଦେଖାଇ ଠକୁଛନ୍ତି ବିଭାଗୀୟ ଅଧିକାରୀ । ପାହାଡ଼ ଶିଖରରେ ଗାଁ କିନ୍ତୁ ଅପହଞ୍ଚ ଇଲାକା ନୁହେଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ହେଲେ ପାହାଡ ତଳେ ବସୁଧା ଯୋଜନାରେ ନିର୍ମାଣ ହୋଇଛି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ସାରିଦେଇ ନିଦାବିଷ୍ଣୁ ପାଲଟିଛି ବିଭାଗ । ଫଳରେ ପାହାଡ଼ ଉପରେ ଥିବା ଗାଁକୁ ପହଞ୍ଚି ପାରୁନି ପଣିଆ ଜଳ । ଫଳରେ ଏବେବି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚହଲା ପାଣି । ପାଣି ପାଇଁ ପରିତ୍ୟକ୍ତ ଚହଲା ନିକଟରେ ଲୋକଙ୍କ ଭିଡ଼ ଜମୁଥିବା ନିତିଦିନିଆ ଘଟଣା, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚହଲା ଉପରେ ଠିଆ ହୋଇ ବାଲ୍ଟି ସାହାଯ୍ୟରେ ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ । ଏଭଳି ଅପରିଷ୍କାର ପରିବେଶ ମଧ୍ୟରୁ ଲୋକେ ପିଇବା ପାଇଁ ପାଣି ସଂଗ୍ରହ କରୁଥିବା ବେଳେ ସେଠାରେ ହିଁ ସ୍ନାନ କରୁଛନ୍ତି ଗ୍ରାମବାସୀ । କା’ହା ହାତରେ ବାଲ୍ଟିତ ଆଉ କେହି ପାଣି ଭାର କରି ନେଊଛି ଘରକୁ । ଆଉ କିଏ କୋମଳମତି ଶିଶୁକୁ କାନ୍ଧରେ କାନ୍ଧେଇ ତ କିଏ ଶିଶୁକୁ କାଖେଇ ଲମ୍ବା ଧାଡ଼ିରେ ପାଣି ନେଇ ଯାଉଛନ୍ତି । ସେମାନେ ଗାଁ ଠାରୁ ପ୍ରାୟ ଦେଢ଼ କିମି ଦୂର ପାହାଡ଼ ତଳକୁ ଯାଇ ପାଣି ପାଇଁ ଏଭଳି ସଂଘର୍ଷ କରୁଛନ୍ତି ଦୈନନ୍ଦିନ । ଆଉ ଏହି ଦୂଷିତ ଝରଣା ଜଳ ହିଁ ଏମାନଙ୍କ ଦୈନଦିନ ଜୀବନରେ ଅଛି । ଏଭଳି ଦୀର୍ଘ ବର୍ଷ ଧରି ଏମିତି ଜଳକଷ୍ଟ ଭୋଗୁଛନ୍ତି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ୍ ଅବାରସିଂ ପଞ୍ଚାୟତର ଡମ୍ବଡିହ ଉପର ସାହିର ଜନସାଧାରଣ । ଗାଁ ଠାରୁ ଅଧାକିମି ଦୂର ପାହାଡ଼ ତଳେ ଗୋଟିଏ ନଳକୂପ ସରକାର ନିର୍ମାଣ କରିଛନ୍ତି ସତ ହେଲେ ତାହା ବି ଅଚଳ ।ଫଳରେ ଏହି ଗାଁରେ ବସବାସ କରୁଥିବା ୩ ଶହରୁ ଉର୍ଦ୍ଧ୍ବ ଆଦିବାସୀ ଲୋକେ ଦୀର୍ଘ ବର୍ଷ ହେବ ଏମିତି ଜଳକଷ୍ଟ ଭୋଗୁଥିବା ବେଳେ ନାନା ରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ନଜିର ମଧ୍ୟ ରହିଛି । ପାନୀୟ ଜଳ ସମସ୍ୟା ଦୂରକରିବା ପାଇଁ ଗାଁର କିଛି ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯିବା ସହ କିଛି ଘର ସମୁଖରେ ପାଇପ୍ ମଧ୍ୟ ବିଛାଯାଇଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଅନେକ ସ୍ଥାନରେ ଷ୍ଟାଣ୍ଡ୍ ପୋଷ୍ଟ ଗୁଡିକ କାର୍ଜ୍ୟଖେମ ହେବାପୂର୍ବରୁ ଭାଙ୍ଗିରୁଜି ଗଲାଣି । ଗାଁଟି ପାହାଡ଼ ଉପରେ ଥିବା ବେଳେ ପାଣିଟାଙ୍କି ନିର୍ମାଣ କରାଯାଇଛି ପାହାଡ ତଳେ ! ଫଳରେ ବର୍ଷ ବର୍ଷ ଧରି ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ସେମାନଙ୍କ ଗାଁ ପାହାଡ ଶିଖରରେ ଥିବା ବେଳେ ପାହାଡ଼ ତଳେ କେମିତି ପାଣି ଟାଙ୍କି ନିର୍ମାଣ କଲେ ସରକାର ବୋଲି ପ୍ରଶ୍ନ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ନେତା ଓ ସରକାରୀ ବାବୁଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରୀଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ସେଠାକୁ କର୍ମଚାରୀଙ୍କୁ ପଠାଇ ତଦାରଖ କରିବା ସହ ଯଥାଶୀଘ୍ର ସେହି ଗାଁର ଜଳସମସ୍ୟା ଦୂର କରାଯିବ ବୋଲି କହିଛନ୍ତି, ଅନ୍ୟପଟେ କଥାରେ ଓ କାଗଜପତ୍ରରେ କେବଳ ସୀମିତ ରହୁଛି ଏପରି ମରାମତି କାର୍ଯ୍ୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଗ୍ରାମବାସୀ ମଧ୍ୟ ଏପରି ଅଭିଯୋଗ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ