ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ୨୦୨୨-୨୩ ବର୍ଷ ନିମନ୍ତେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କର ଶପଥପାଠ ଉତ୍ସବ ଓ ଦାୟିତ୍ୱ ଗ୍ରହଣ ୨୦ ତାରିଖ ଦିନ ବିଜେବି ନଗରସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଧାରଣ ସମ୍ପାଦକ ତଥା ସଂଘର ବୟୋଜ୍ୟେଷ୍ଠ ସଦସ୍ୟ ଇଂ ବାମଦେବ ତ୍ରିପାଠୀ, ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇ ସଂଘର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଚଳିତ ୨୦୨୨-୨୩ ବର୍ଷ ପାଇଁ ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ, ସଭାପତି ଇଂ ବିପିନ ବିହାରୀ ନାୟକ, ଉପସଭାପତି ଇଂ ଶିବପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି, ଅର୍ଥ ସମ୍ପାଦକ ଇଂ ଶ୍ରୀକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ଇଂ ପ୍ରମୋଦ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଇଂ ଗାନ୍ଧି ଗଉଡ଼, ସମୀକ୍ଷକ ଇଂ ବ୍ରହ୍ମାନନ୍ଦ ବସ୍ତିଆ ଏବଂ କାର୍ଯ୍ୟକାରୀ ସଦସ୍ୟ ଇଂ ବୈକୁଣ୍ଠ ନାଥ ଜେନା, ସୁରେଶ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟମଣି ମାହାନା, ଇଂ ସୁଶାନ୍ତ ପୃଷ୍ଟି, ଇଂ ଦେବରାଜ ବିଶ୍ୱାଳ, ଇଂ ମଳୟରାଜ ବିଶ୍ୱାଳ, ଇଂ ପ୍ରଭାକର ନାୟକ ପ୍ରମୁଖ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନବ ନିର୍ବାଚିତ ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି ସଂଗଠନରେ ସଭ୍ୟଙ୍କର ବହୁଳ ସମ୍ପୃକ୍ତି ଓ ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆହ୍ୱାନ ଦେବା ସହ ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ମାନଙ୍କର ଅବହେଳିତ ଦାବୀ ପୂରଣ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଂଘର ସଭାପତି ଇଂ ବିପିନ ବିହାରୀ ନାୟକ ସଭା ପରିଚାଳନା କରିଥିଲେ । ଶେଷରେ ସଂଘର ଉପସଭାପତି ଇଂ ଶିବପ୍ରସାଦ ମିଶ୍ର ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ