ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବରେ ପାୟଲ ମ୍ୟୁଜିକ ସ୍କୁଲର ସଫଳତା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବରେ ସାରା ଜିଲ୍ଲାରୁ ଅନେକ ଯୁବକଯୁବତୀ ଯୋଗଦେଇଥିବା ବେଳେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ପାୟଲ ମ୍ୟୁଜିକ ସ୍କୁଲ”ର କଳାକାରମାନେ ପ୍ରତିଷ୍ଠାତା ସମ୍ପଦକ ଦେବାଶିଷ ସାମଲ(ଦିଲୁ)ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ଅନୁଷ୍ଠାନର କଳାକାରମାନେ ଦଳଗତ ଲୋକସଂଗୀତରେ ପ୍ରଥମ,ଦଳଗତ ଲୋକନୃତ୍ୟରେ ଦ୍ୱିତୀୟ ଓ ନାଟକରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ସେହିଭଳି ଓଡିଶୀ ନୃତ୍ୟରେ ସୈାମ୍ୟା ତ୍ରିପାଠୀ ପଥମ, ତିଆଶା ସାମଲ ଦ୍ୱିତୀୟ, ଭାରତ ନାଟ୍ୟମରେ ତିଆଶା ସାମଲ ଦ୍ୱିତୀୟ, କଥକ ନୃତ୍ୟରେ ଦିଲ୍ଲିପ କୁମାର ଜେନା ଦ୍ୱିତୀୟ, ତବଲାରେ ନିହାର ରଞ୍ଜନ ଜେନା ପ୍ରଥମ ସ୍ଥାନ ଅଧିକାରକରି ପୁରସ୍କୃତ ହୋଇଛନ୍ତି । ଆସନ୍ତା ନଭେମ୍ବରମାସ ଶେଷ ସପ୍ତାହରେ ହେବାକୁଥିବା ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ପାଇଁ ଓଡିଶୀ ନୃତ୍ୟରେ ସୈାମ୍ୟା ତ୍ରିପାଠୀ ,ତବଲାରେ ନିହାର ରଞ୍ଜନ ଜେନା ଓ ଦଳଗତ ଲୋକସଂଗୀତରେ “ପାୟଲ ମ୍ୟୁଜିକ ସ୍କୁଲ”ର କଳାକାରମାନେ ମନୋନ୍ୱିତ ହୋଇଛନ୍ତି । ପାୟଲ ମ୍ୟୁଜିକ ସ୍କୁଲର ସଭାପତି ନିଳମାଧବ ପତି ଏହି ସଫଳତା ନିମନ୍ତେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇବା ସହ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।


