ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଲାଗି ହେଉଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ୮ ଦିନ ଧରି ଚାଲିଥିବା ଉକ୍ତ ଶିବିରରେ ୧୩୯ଜଣ ଛାତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷିକା ପ୍ରଜ୍ଞା ପରମିତା ସ୍ୱାଇଁ ଓ ସଂସ୍ମୀତା ମଲ୍ଲଙ୍କ ଠାରୁ ତାଲିମ ନେଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଚାଇନା ପ୍ରଧାନ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ସହିତ ଅଧ୍ୟାପକ ଜ୍ୟୋତି ପ୍ରକାଶ ଲେଙ୍କା, ହୃଦାନନ୍ଦ ସ୍ୱାଇଁ, ତୁଷାରକାନ୍ତ ଦାସ, ଚୌଧୁରୀ ବିନେଶ ଦାସ, ସୁଧାଂଶୁ ମୋହନ ନାୟକ, ପ୍ରଭାତ କୁମାର ଶତପଥି, ଅଧ୍ୟାପିକା ମନଲୋଭା ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିବିରର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ କର୍ମଚାରୀ ରମେଶ ଦାସ, ସୁଶୀଲ କୁମାର ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


