ପିପୁଲସ କଲେଜର ଯୁବ ସଂସ୍କାର କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପିପୁଲସ କଲେଜର ସଭା ଗୃହରେ ଏପ୍ରିଲ ୨୨ ତାରିଖ ଦିନ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀବାହିନୀ, ଯୁବ ରେଡକ୍ରସ ଓ ସ୍କାଉଟ ସଂସ୍ଥା ର ମିଳିତ ଆନୁକୂଲ୍ୟରେ ” ଯୁବ ସଂସ୍କାର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମର ବିଷୟ ବସ୍ତୁ ” ଯୁବ ସଂସ୍କାରରେ ଆଦର୍ଶ ଓ ଚରିତ୍ର ଗଠନ” ଶୀର୍ଷକ ସମ୍ପର୍କରେ ବହୁ ଉଦାହରଣ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ଯାପିକା ଅନିତା ଦେବୀ, ଅଧ୍ୟାପକ ପ୍ରଭଞ୍ଜନ ମୁନି, ଡ଼ଃ. ଜୟରାମ ବିଷୋୟୀ, ଅକ୍ଷୟ କୁମାର ସାହୁ, ବିନୋଦ କୁମାର କର, ରବୀନ୍ଦ୍ର ନାଥ ପୋଲାଇ, କ୍ରିଷ୍ଣା ରାଓ ପାତ୍ର, ଅଜୟ କୁମାର ସାହୁ କାର୍ଯ୍ୟକ୍ରମର ମୁଲ୍ୟବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ + ୩ ର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ