ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁବୃର୍ତ୍ତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କଳା ପଲସର ଦୁବୃର୍ତ୍ତଙ୍କ ନୂଆ ଢଙ୍ଗରେ ଆତଙ୍କ ରାଜ ଆପଣେଇ ଥାନ୍ତି । ଦିର୍ଘ ଦୁଇବର୍ଷ ହେଲା ଛାତ୍ରଛାତ୍ରୀ ବିଦ୍ୟାଳୟ ପିଣ୍ଡା ମାଡ଼ି ନଥିଲେ । ଏବେ ବିଦ୍ୟାଳୟ ଖୋଲିଲାଣି । ସକାଳୁଆ ସ୍କୁଲ ଚାଲିଛି । ଛୋଟ ଛୋଟ ପିଲାମାନଙ୍କୁ ଅଭିଭାବିକାମାନେ ବିଦ୍ୟାଳୟ ନବା ଆଣିବା କରୁଛନ୍ତି । ବିଶେଷତଃ ଇଂରାଜୀ ମିଡିୟମ ଏବଂ ବେସରକାରୀ ବିଦ୍ୟାଳୟର ଅଭିଭାବିକାମାନେ ସ୍ୱଛଳ ବର୍ଗର । ସୁନା ଗହଣା ପିନ୍ଧୁଛନ୍ତି । କଳାପଲସର ଦୁବୃର୍ତ୍ତ ମାନେ ସେହି ମହିଳାମାନଙ୍କର ଏକୁଟିଆ ଯାଉଥିବା ଦେଖି ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ନିକଟରେ ୧୫ ଦିନ ତଳେ ରାଇରଙ୍ଗପୁର ସହରର ରିଚାର୍ଡ ଇଂରାଜୀ ମିଡିୟମ ବିଦ୍ୟାଳୟ ସମ୍ମୁଖରେ ଜଣେ ଅଭିଭାବିକାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ଠିକ୍ ସେହିଭଳି ଆଜି ସକାଳୁ ସ୍ଥାନୀୟ ଲିଟୀଲ ଫ୍ଲାଓ୍ବାର ଇଂରାଜୀ ମିଡିୟମ ସ୍କୂଲରୁ ରାଉତଖମାର ଗ୍ରାମର ସୁଷମା ସାହୁ ନିଜର ସଂପର୍କୀୟ ଛୁଆକୁ ବିଦ୍ୟାଳୟରେ ଛାଡି ନିଜ ବାସ ଭବନକୁ ଫେରୁଥିବା ବେଳେ କଳାପଲସର ଦୁବୃର୍ତ୍ତ ତାଙ୍କୁ ପିଛା କରି ରାସ୍ତାରେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୃତ ଗତିରେ ଆସି ପଳାଇଥିଲେ । ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ପିଡିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।କେଶ ନଂ ୧୦୫ ରୁଜୁ ହୋଇଛି ।ପୋଲିସ ଛାନଭିନ କରୁଛି । ଦୁଃଖର ବିଷୟ ସୁନା ଚେନ ଲୁଟ ଘଟଣା ସହରରେ ବାରମ୍ବାର ଘଟୁଥିବା ବେଳେ ମହିଳାମାନେ ସଚେତନ ନ ହୋଇ ଏଭଳି ଦୁର୍ଘଟଣା ରେ ଶିକାର ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ