ଭୀମଭୋଇ ସାମର୍ଥ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗ୍ରାମମୁଖୀ ଜିଲ୍ଲା ପ୍ରଶାସନ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଆୟୋଜନ କରିଚାଲିଛି । ଗୋଷାଣୀ ପଞ୍ଚାୟତ ସମିତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ କଣ୍ଟ୍ରାଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ଶିବିର ଆୟୋଜନ କରିଥିବା ବେଳେ ବଡକତୁରୁ ହାଇସ୍କୁଲ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିରର ଆୟୋଜ କରିଥିଲେ । ଏହି ଶିବିରରେ ୨୫୦ଜଣ ଦିବ୍ୟାଙ୍ଗ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପାରଳାଖେମୁମ୍ଡି ମୁଖ୍ୟ ଚିକିତ୍ସାଳୟର ଅସ୍ତିଶଲ୍ୟ ବିଭାଗର ଡାକ୍ତର ଶାନ୍ତନୁ କୁମାର ପାଢୀ, ଚକ୍ଷୁ ବିଭାଗର ଡାକ୍ତର ସମୀର କୁମାର ଦାସ, କର୍ଣ୍ଣ, ଗଳା, ନାସା ବିଭାଗର ଡାକ୍ତର ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥଲେ । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ନୀଳାବତୀ ପାରିଗା, ବଡକତୁରୁ ସରପଞ୍ଚ ଏନ୍.ଝାନ୍ସିରାଣୀ, ଗୋଷାଣୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଅତିରିକ୍ତ ତହସିଲଦାର ବିପିନ ଲିମା, ଗୋଷାଣୀ ବ୍ଲକ ସିଡିପିଓ ଗୌରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜସ୍ୱ ନୀରୀକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ପଟ୍ଟନା ବଣ୍ଟନ, ଜିଲ୍ଲା ଶ୍ରମ ବିଭାଗର ତରଫରୁ ଶ୍ରମକାର୍ଡ ଆଦି ପ୍ରଦାନ କରାଯାଇଥିଲା । ଏହି ଶିବାରରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପଶୁବିଭାଗ, ଖାଉଟି ବିଭାଗ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଶିବିରକୁ ପଞ୍ଚାୟତ ଅଧିକାରୀ ଦୁର୍ଗା ପ୍ରସାଦ ରଣା ପରିଚାଳନା କରିଥିଲେ ।


