ସ୍ୱାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ପୂର୍ବତନ ଜିଲ୍ଲା ବୋର୍ଡ ସଦସ୍ୟ, ସମାଜସେବୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ମିଶ୍ରଙ୍କ 34ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ବିଜିପୁର ସ୍ଥିତ କମ୍ୟୁନିଟି ହଲଠାରେ ଆଇନଜୀବି ଅବନୀ ଗୟା ଙ୍କ ଅଧ୍ୟକ୍ଷତlରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l ସ୍ୱର୍ଗତ ମିଶ୍ର ଜଣେ ସ୍ପଷ୍ଟବାଦୀ, ପରୋପକାରୀ ଦେଶ ସେବକ ଥିଲେ l ମହାତ୍ମାଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ l ଜିଲ୍ଲା ବୋର୍ଡ ସଦସ୍ୟ ଥିବାବେଳେ ଧରାକୋଟ ଅଂଚଳ ର ଶିକ୍ଷା ଏବଂ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି l ଆଜୀବନ ଜଣେ ନିରବଛିନ୍ନ ସଂଗ୍ରାମୀ ଭାବେ ଦେଶ ମାତୃକାର ସେବା କରିଥିଲେ ବି କେବେ ବି ସ୍ୱାଧୀନତା ସଂଗ୍ରାମୀର ଭତ୍ତା ସେ ଗ୍ରହଣ କରିନାହାନ୍ତି l ଏଣୁ ଜଣେ ନିସ୍ଵାର୍ଥପର ସମାଜସେବୀ ଭାବେ ସେ ଚିର ସ୍ମରଣୀୟ l ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିସଭାରେ ଶଙ୍କର୍ଷଣ ମିଶ୍ର, ରାଧାକାନ୍ତ ମହାପାତ୍ର, ବଂଶୀଧର ଭୂୟାଁ, କୃଷ୍ଣ ମହାପାତ୍ର, ମାନସ ରଞ୍ଜନ ପାତ୍ର, ଏସ. ସlମ୍ବଶିବା ରାଓ, ସlଲ୍ଲା କେଶବ ଲିଙ୍ଗମ, ଆର୍ତତ୍ରାଣ ଦାଶ, ଶ୍ରୀକାନ୍ତ ପଢିଆରି, ଦିଲ୍ଲୀପ କୁମାର ମିଶ୍ର,ସଂଜୀବ କୁମାର ପଟ୍ଟନାୟକ,ବିଜୟ ଚନ୍ଦ୍ର ବିଶୋଇ ପ୍ରମୁଖ ସ୍ମୃତି ଚାରଣ କରିଥିଲେ l ଶେଷରେ ଆଇନଜୀବୀ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ