ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ଠାରେ ଭଦ୍ରକସ୍ଥିତ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ଆନୁକୂଲ୍ୟରେ ତଥା ନିଳୋକସ୍ଥିତ ଶ୍ରୀ ସିଦ୍ଧି ବିନାୟକ ୟୁଥ୍ କ୍ଲବ ସହଯୋଗ ରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ସାମ୍ବାଦିକ ହରି ନାରାୟଣ ମହାନ୍ତି, ଶିକ୍ଷାବିତ୍ ରମେଶ ପାଢୀ ଯୋଗ ଦେଇ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ସଙ୍ଗଠନର ଜାତୀୟ ସ୍ୱେଚ୍ଛାସେବୀ ବିକାଶ ମଲ୍ଲିକ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ୪୦ ଜଣ ପିଲାଙ୍କ ମଧ୍ୟରେ ସାଧାରଣଜ୍ଞାନ, ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଦ୍ଧି ବିନାୟକ ୟୁଥ୍ କ୍ଲବର ସଭାପତି ସୁଧାଂଶୁ ଦାଶ, ସଂପାଦକ ଦେବାଶୀଷ ଦାଶ, ବିମଲ କୁମାର ଦାଶ, ସ୍ମୃତି ରଞ୍ଜନ ଦାଶ, ସଚୀନ କୁମାର ଦାଶ, ଗିରିଜା ଶଙ୍କର ପଣ୍ଡାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ