୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ “ସମୀକ୍ଷା ବୈଠକ” ଅନୁଷ୍ଠିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଆଜି ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମହାନଗର ପକ୍ଷରୁ ୨୦୨୨ ପୌର ପରିଷଦ ନିର୍ବାଚନରେ ଦଳର ଫଳାଫଳକୁ ନେଇ ଏକ “ସମୀକ୍ଷା ବୈଠକ” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ତାନୀୟ ହୋଟେଲ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ନୀଳମଣି ବିଶୋୟୀ,କାହ୍ନୁ ଚରଣ ପତି,ସରୋଜ ସାବତ,ପ୍ରଭାତ କିରଣ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ରହି ପ୍ରତ୍ୟକ ୱାର୍ଡର ଫଳାଫଳକୁ ନେଇ ପାର୍ଥି ଏବଂ କାର୍ଯକର୍ତ୍ତାଙ୍କ ସହ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ ମାନଙ୍କ ଶାସକ ଦଳ ପ୍ରତି ଅହେତୁକ ସାହାଯ୍ୟ ବିଜୁ ଜନତା ଦଳ ବିଜୟ ପଥ ପରିସ୍କାର କରିଥିଲେ ବୋଲି ସମସ୍ତ ପାର୍ଥି ରାଜ୍ୟ ନେତୃବୢନ୍ଦଙ୍କ ଠାରେ ଅଭିଯୋଗ କରିଥିଲେ । ଏଥିରେ ଡ଼ି.କରୁଣାକର, ପ୍ରଦୀପ କୁମାର ଶତପଥି,ନୀଳକଣ୍ଠ ସାହୁ,ରଞ୍ଜିତା ବେହେରା,ସବିତା ସାହୁ,ବନିତା ସାହୁ,ସାବିତ୍ରୀ ନାୟକ ବ୍ରହ୍ମପୁର ମହାନଗରରେ ଜିତିଥିବା ସାତ ଜଣ କର୍ପୋରେଟରଙ୍କ ସମେତ ସମସ୍ତ ପାର୍ଥି, ଭାବଗ୍ରାହୀ ପାଳ, ସରୋଜ ପାତ୍ର, ବିନାୟକ ରଥ, ସତ୍ୟନାରାୟଣ ବସନ୍ତିଆ ପ୍ରମୁଖ ମଣ୍ଡଳ ସଭାପତି,ଜିଲ୍ଲାର ବରିଷ୍ଠ ନେତା ପ୍ରବୀର ପାତ୍ର, ନୀରଞ୍ଜନ ପାଣିଗ୍ରାହୀ, ରାମ କୁମାର ପାତ୍ର, ସୁନିଲ କୁମାର ସାହୁ,ଡ଼. ଅମୁଲ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।