ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ : ୨୫ ତମ ଆଇନଜିବୀ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଏପ୍ରିଲ ୨୮ ତାରିଖ ମଧୁବାବୁ ଜନ୍ମଦିନକୁ ରାଜ୍ୟରେ ଆଇନ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ମଧୁବାବୁ ଜୟନ୍ତୀ ଓ ୨୫ତମ ଆଇନଜିବୀ ଦିବସ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ରାଜା ରଂଜନ ପାଢି ଓ ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉତ୍କଳ ଗୈାରବ ମଧୁସୂଦନ ଦାଶଙ୍କ ସ୍ମୃତି ଚାରଣ କରିବା ସହ ଆଇନଜିବୀ ଦିବସ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୁର୍ତ୍ତିରେ ଅତିଥୀ ଏବଂ ଉପସ୍ଥିତ ସମସ୍ତ ଆଇନଜୀବୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ମଧୁବାବୁଙ୍କ ଗୁଣଗାନ କରିଥିଲେ । ଏହି ଅବସର ରେ ସଂଘ ପକ୍ଷରୁ ୪ଜଣ ଆଇନଜିବୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ଉପଢୈକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଏହି ସମାରୋହରେ ସଂଘର ସଂପାଦକ ଏଲ୍.ଗୋପାଳ ରାଓ, ଉପସଭାପତି ସିମାଞ୍ଚଳ ମହାପାତ୍ର , କୋଷାଧ୍ୟକ୍ଷ ସମୀର କୁମାର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ବିଶ୍ୱଭୂଷଣ ପାଢି, ଲାଇବ୍ରେରୀ ସମ୍ପାଦକ ଜିତୁନ୍ କୁମାର ପାଢି, କାର୍ଯ୍ୟକାରୀ ସଭ୍ୟ କମଳ ଲୋଚନ ଦାସ, କ୍ୟାଡଟ୍ ଏପିପି ରାଜେଶ କୁମାର ମିଶ୍ର, ବରିଷ୍ଠ ଆଇନଜିବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ, ଅଶୋକ କୁମାର ଚୈାଧୂରୀ, ରଘୁନାଥ ମହାନ୍ତି, ସୁରେଶ କୁମାର ପଣ୍ଡା, ରାମଚନ୍ଦ୍ର ବେହେରା, ବ୍ରଜ ମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡୀ, ଭୈରବୀ କୁମାର ପଟ୍ଟନାୟକ, କେ.ଚନ୍ଦ୍ର ଶେଖର ରେଡ୍ଡୀ, ବି.ଶ୍ରୀନିବାସ, ପୁଳିନ ବିହାରୀ ପଟ୍ଟନାୟକ, ସନ୍ତୋଷ କୁମାର ପଶୁପାଳକ, ସନ୍ତୋଷ କୁମାର ସାହୁ ,ବି,ସୁଦାମ , ମୋହନ ରେଡ୍ଡୀ ଙ୍କ ସମେତ ବହୁ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।


