ନୂତନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଧିରେନ୍ଦ୍ର କୁମାର ନାୟକ ଆଜି ଯୋଗଦେଇଛନ୍ତି । ଶ୍ରୀ ନାୟକ ଭଦ୍ରକରେ ଏମ.ଭି.ଆଇ. ଭାବେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପାଇବା ପରେ ଏଠାରେ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଶ୍ରୀ ନାୟକ ଯୋଗଦେଇଥିବା ଜଣାପଡିଛି । କେନ୍ଦ୍ରାପଡାର ଏମ.ଭି.ଆଇ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ମିଶ୍ର ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନାୟକଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ