ଚମାଖଣ୍ଡି ଠାରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଜନସାଧାରଣଙ୍କୁ ରାଜସ୍ୱ ସେବା ଯେବା ଯୋଗାଇଦେବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ତହସିଲ ପକ୍ଷରୁ ମୋ ଗାଁ ରେ ମୋ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ତହସିଲ ପକ୍ଷରୁ ଚମାଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା, ମ୍ୟୁଟେସନ, ଇ ପାଉତି, ଗ୍ରାମ କଣ୍ଟକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସଚେତନ କରାଯିବା ସହ 42 ଜଣଙ୍କୁ ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ମ୍ୟୁଟେସନ ୨୦ ଜଣଙ୍କ, ବସୁନ୍ଧରା ଯୋଜନାରେ ୨୦ ଜଣ ଓ ଇ ପାଉତି ରେ ୩୫ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦ।।ନ କରାଯାଇଛି । ଏହି କାର୍ଯ୍ୟକ୍ରମରେ 82 ଜଣ ହିତାଧିକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରବେଶନାଲ ଓଏଏସ ଅଧିକାରୀ କୋଶିକ ପଟ୍ଟନାୟ. ଅତିରିକ୍ତ ତହସିଲ୍‌ଦାର କବିରାଜ ଆର୍ଯ୍ୟ, ଚମାଖଣ୍ଡି ସରପଂଚ ସି ଏଚ୍ ମନୋଜ କୁମାର ରେଡ୍ଡି, ଶ୍ରୀରାମ ଚନ୍ଦ୍ରପୁର ସରପଂଚ ସଞ୍ଜୀବ ରେଡ୍ଡୀ, ରେଭିନ୍ୟୁ ସୁପରଭାଇଜର ତିଳୋତ୍ତମା ଦୋରା, ରାଜସ୍ୱ ନିରୀକ୍ଷକ ନରେନ୍ଦ୍ର ସେଠୀ ଓ ଏନ୍‌. ରାଜୁଙ୍କ ସମେତ ବହୁ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ । ଚମାଖଣ୍ଡି ଓ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆବେଦନ ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ