ଓଡିଶା ଜନସେବା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ସାଧାରଣ ଲୋକମାନଙ୍କୁ ଉନ୍ନତ ଓ ସମୟ ଉପଯୋଗୀ ସେବା ଯୋଗାଇ ଦେବାକୁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ଏହାର ସଠିକ ରୂପାୟନ ଓ ଅନୁପାଳନ ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହରା ଠୋର ପରାମର୍ଶ ଦେଇଛନ୍ତି । ଶନିବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଓଡିଶା ଜନସେବା ଅଧିକାର ଆଇନ ୨୦୧୨ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀରାଠୋର ମୁଲ୍ୟବୋଧ ଭିତ୍ତିକ ସେବା ପାଇବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର । ସରକାରୀ କର୍ମଚାରୀମାନେ ଲୋକମାନଙ୍କୁ ସଠିକ ସେବା ଯୋଗାଣ ସହ ୫ଟି ଆଧାରରେ କାର୍ଯ୍ୟ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଧେଶକ ଅଶୋକ କୁମାର ବେହୁରିଆ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ଓ ସେବା ପ୍ରଦାନ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଅତିରିକ୍ତଏସ.ପି ନାରାୟଣ ଚନ୍ଦ୍ର ବାରିକ ଓ କଳିଙ୍ଗ ନଗର ଅତିରିକ୍ତଏସ.ପି ସିଲଭାନିସଟପୋ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଜିଲ୍ଲା ପାଳତିଳୋତମା ପୃଷ୍ଟି ଜନସେବା ଅଧିକାର ଆଇନର ବିଭିନ୍ନ ନିୟମ ଓଉଲଘଂନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।


