ଶ୍ରମିକମାନେ ଦେଶ ନିର୍ମାଣର କର୍ଣ୍ଣଧାର : ଜିଲ୍ଲା ପରିଷଦ ସଭାପତି

ଯାଜପୁର, (ଯୁଗାବ୍ଦ ନ୍ୟୁଜ):-ଶ୍ରମିକମାନେ ଦେଶ ନିର୍ମାଣ ଓ ପ୍ରଗତିରକର୍ଣ୍ଣଧାର ।ତେଣୁ ପ୍ରତ୍ୟେକଶ୍ରମଜୀବିଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଯେନା ଆଦ୍ୱାନ ଦେଇଛନ୍ତି । ରବିବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ର ମିଳିତ ଆନୁକୁଲ୍ୟରେ ଯାଜପୁର ଜିଲ୍ଲାସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଯେନା ପୃଥିବୀର ପ୍ରତ୍ୟେକ ଜଣେ ଜଣେ ଶ୍ରମଜିବୀା ଦେବାଳୟଠାରୁ ଆରମ୍ଭ କରି କାର୍ଯ୍ୟାଳୟ, ରାସ୍ତାଘାଟଇତ୍ୟାଦି ନିର୍ମାଣରେ ଶ୍ରମିକ ମାନଙ୍କର ସ୍ୱାକ୍ଷର ପ୍ରତିଫଳିତା ସେମାନଙ୍କପାଇଁ ଉଦିଷ୍ଟ ସରକାରୀ ଯୋଜନାକୁ ସେମାନଙ୍କ ନିକଟରେ ଉପଲବ୍ଧ କରାଇବାକୁ ସେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ ଶ୍ରମିକମାନଙ୍କୁ ସୃଷ୍ଟି ଓ ସ୍ରଷ୍ଟାବୋଲି ଅଭିହିତ କରି ଶ୍ରମିକମାନେ ଦେଶର ମୁଖ୍ୟ ସମ୍ବଳ ବୋଲି କହିଥିଲେ । ସେମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ଯୋଜନାଗୁଡିକ ଯେପରି ସେମାନଙ୍କ ନିକଟରେ ପହଂଚି ପାରିବ ସେଥି ପ୍ରତି ବିଭାଗ ବ୍ୟାପକ ସଚେତନତା ସୃଷ୍ଟି ପାଇଁସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକକୁମାରବେହୁରିଆଦେଶ ଓ ଜାତି ପାଇଁଶ୍ରମିକମାନଙ୍କର ଅବଦାନ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ମନରେଗା ଯୋଜନାରେ ଶ୍ରମିକମାନଙ୍କ ସମ୍ପୃକ୍ତି ଓ ଏହାର ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲାଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଶ୍ରମିକମାନଙ୍କ ପାଇଁ ଥିବା ବିବିଧ ଯୋଜନା, ଆଥିକ ସହାୟତା, ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ସହାୟତା ସମ୍ପର୍କରେ ବିସ୍ତୁତ ଆଲୋଚନା କରିଏହାର ଉପଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଯୋଜନାର ବାସ୍ତବ ରୂପାୟନ ଓ ସଫଳତା ପାଇଁ ଜନସଚେତନା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେଶ୍ରମ ନିରୀକ୍ଷକ ସଂଜୀବ କୁମାର ଦେଓ ସମସ୍ତଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶ୍ରମ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ଏହି ଅବସରରେ ୪ଜଣଙ୍କୁ ମୃତ୍ୟୁକାଳୀନ ସହାୟତା, ୫ଜଣଙ୍କୁ ଅଣ ସଂଗଠିତ ପରିଚୟ ପତ୍ର, ୪ଜଣ ଶ୍ରମିକଙ୍କ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା, ୪ଜଣଙ୍କୁ ପ୍ରସବକାଳୀନ ସହାୟତା ଓ ୪ଜଣଙ୍କୁ ବିବାହସହାୟତା ପ୍ରଦାନ କରାଯାଇଥିଲା । ଶେଷରେ ସହକାରୀଶ୍ରମ ଅଧିକାରୀ ଚିତରଂଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ