ଗୁମ୍ମାରେ କାଳବୈଶାଖୀର ତାଣ୍ଡବ : ସ୍କୁଲ ଘର ଉପରେ ଗଛ ପଡ଼ିଲା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳରେ ଗୁରୁବାର ସନ୍ଦ୍ୟାରେ କାଳବୈଶାଖୀ ପ୍ରଭାବରେ ଜୋରରେ ବର୍ଷା ସାଙ୍ଗକୁ ପବନର ବେଗ ଅଧିକା ବହିଥିଲା । ପବନର ବେଗ ଅଧିକା ଥିବାରୁ ଅନେକ ଗଛ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତ ସୁକେଇ ପ୍ରାଥମିକ ବିଦ୍ୟାଳୟର ଘର ଉପରେ ବଡ଼ଗଛ ପଡିଥିଲା।ଖବର ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଜିସି ଗମାଙ୍ଗ ଓ ସମିତି ସଭ୍ୟା ଇଶୋନି ରଇତ ତହସିଲଦାରଙ୍କୁ ଜଣାଇଥିଲେ। ସକାଳ ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଦୀର୍ଘ ୬ଘଣ୍ଟାର ପରିଶ୍ରମ ପରେ ସ୍କୁଲ ଘର ଉପରୁ ଗଛ ହଟାଇଥିଲେ। ସ୍ଥାନୀୟ ସରପଞ୍ଚ ସମିତି ଉକ୍ତ ସ୍ଥାନରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି । ଏନେଇ ଲୋକପ୍ରତିନିଧି ଓ ବିଦ୍ୟାଳୟର ଶିକ୍ଷକ ଉପସ୍ଥିତରେ ବିଦ୍ୟାଳୟର କ୍ଷୟକ୍ଷତି ବିଷୟରେ ବିଇଓଙ୍କୁ ଜଣାଇଥିଲେ। ବିଦ୍ୟାଳୟର କ୍ଷତି ଘଟିଥିଲେ ମଧ୍ୟ ବିଇଓ ଉକ୍ତ ବିଦ୍ୟାଳୟତ ତଦାରଖ କରିନଥିବାରୁ ସାଧାରଣ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଶିକ୍ଷକ ଏନେଇ ବିଇଓଙ୍କୁ ଜଣାଇବା ପରେ ବି ଉକ୍ତ ସ୍ଥାନରେ ବିଇଓ ନୟନ ରଞ୍ଜନ ମଣ୍ଡଳ ପହଞ୍ଚି ନଥିଲେ ।ସରପଞ୍ଚ ଓ ସମିତି ବିଦ୍ୟାଳୟର କ୍ଷତି ଘଟିଥିବା ସହ ବିଦ୍ୟାଳୟ ସାମ୍ନାରେ ଗୋଟିଏ ବିଦ୍ୟାଳୟର ନାମଲେଖା ଗେଟ କରିବାକୁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ