ଆଜିଠାରୁ ଗଞ୍ଜାମ ସହରର ଐତିହାସିକ ଚନ୍ଦନ ଯାତ୍ରା ଆରମ୍ଭ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହରର ଐତିହାସିକ ଚନ୍ଦନ ଯାତ୍ରା ଆସନ୍ତା କାଲି ତଥା ଚଳିତ ମାସ ତିନି ତାରିଖ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେବ। ଯାହା ଫଳରେ ସହରଟି ଚଳଚଞ୍ଚଳ ହୋଇଉଠିଛି । ଗଞ୍ଜମ ସହରର ସାମନ୍ତରା ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ୨୧ ଦିନ ବ୍ୟାପି ହେବାକୁ ଥିବା ଐତିହାସିକ ଚନ୍ଦନ ଯାତ୍ରା ଆସନ୍ତା କାଲି ତଥା ଅକ୍ଷୟ ତୃତୀୟା ଠାରୁ ଆରମ୍ବ ହେବ । ପ୍ରଥମ ଦିନରେ ମଦନ ମୋହନ ମନ୍ଦିରରୁ ବାହାରି ବିଭିନ୍ନ ସାହି ପରିକ୍ରମା କରି ମନ୍ଦିର ସମ୍ମୁଖରେ ଥିବା ସାମନ୍ତରା ବନ୍ଦରେ ଚାପ ଖେଳିବେ । ଏନେଇ ଯାତ୍ରା କମିଟି ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦୀର୍ଘ ଚରିବର୍ଷ ପରେ ଏହି ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ସହରଟି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I